STORYMIRROR

Sabita Tripathy

Inspirational

4  

Sabita Tripathy

Inspirational

ମାତୃଶିକ୍ଷା

ମାତୃଶିକ୍ଷା

1 min
168

ତୁ ଅଟୁ ମୋର ସ୍ନେହମୟୀ

ତୁ ଅଟୁ ମୋର ପ୍ରେମମୟୀ

ତୁ ଅଟୁ ଆମ ଛୋଟ ସଂସାରରେ

    ଚଳନ୍ତି ଠାକୁରାଣୀ........।

ତୁ ମୋର କରୁଣା ମୟୀ ଜନନୀ

କେତେ ଦୁଃଖ, କଷ୍ଟ, ଅଭାବକୁ

ହିମାଳୟ ସଦୃଶ ମସ୍ତକ ରେ ସହିଛୁ

ସେଥିରୁ କାହିଁ  ଆମକୁ ତ ସ୍ନେହରୁ ବଞ୍ଚିତ କରିନୁ?

ପିଲା ଦିନେ ଖଡ଼ି ଧରାଇଣ ପାଠ ପଢାଇଲୁ

ଆହୁରି ମଧ୍ୟ କେତେ ଉପଦେଶ ଦେଇ

ଦୁନିଆ ସହ ମିଶାଇଲୁ....

ତୋର ସେଇ ଉପଦେଶ.... ।

ଚଲା ମାର୍ଗରେ ନିୟୋଜିତ

ଏତିକି ମୋ ନିବେଦନ....

କହିଥିଲୁ ମୋତେ ନାରୀ ସହନୀୟତା

ଶୁଣିଥିଲି ମୁଯେ ନାରୀ ଜୀବନ ନିର୍ଯ୍ୟାତିତା

କହିପାରିବୁ, କହିପାରିବୁ ମୋତେ

ସୃଷ୍ଟିର ଏକି  ସର୍ଜନା (?)

ପଢ଼ୁଥିଲି ପଢି   ଆସୁଛି ମଧ୍ୟ

ବଳାତ୍କାର, ନାରୀ ନିର୍ଯ୍ୟାତନା, ବଧୂହତ୍ୟା,

ଜାଣିନି କେବେ ପଢା ଭୁଲିବି ଖବର କାଗଜର

ଏଇ କେତେପଦ କଥା........

ତୁ କହିଥିଲୁ ନାରୀ ବିନା ସୃଷ୍ଟି ଅସମ୍ଭବ

ତୁ କହିଥିଲୁ ନାରୀ ଅଟେ ନାରାୟଣୀ

ତୁ ବି  କହିଥିଲୁ ନାରୀ ଅଟେ ସଂହାରକାରିଣୀ...

ତୁ ବି ନିରବ ନରହି, ତୁ ବି ନିରବ ନରହି

କହିଦେ ମୋତେ, କହିଦେ ଏ ସମାଜକୁ

ନାରୀ ନୁହେଁ ଅବଳା

ନାରୀ ନୁହେଁ ଦୁର୍ବଳା

ନାରୀ ବି ସବୁ କ୍ରିୟାର

କରିପାରେ ପ୍ରତିକ୍ରିୟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational