ଅନନ୍ୟା
ଅନନ୍ୟା
ବିଦୃପିତ ରୂପେ କଟାକ୍ଷ ଅନଳେ
ବାରମ୍ବାର ଦଗ୍ଦିଭୂତା,
ସମର୍ପିତ ପ୍ରାଣ ତ୍ୟାଗ ମହାନତା
ପ୍ରତିଥର ପରୀକ୍ଷୀତା ।
କଣ୍ଟକିତ ପଥେ ଯେତେକ ଯନ୍ତ୍ରଣା
ଅକ୍ଷୁର୍ଣ୍ଣ ତା' ପବିତ୍ରତା,
ଝଡ଼ଝଞ୍ଜା ମଧ୍ୟେ ସେ ତ ବାରମ୍ବାର
ଲାଞ୍ଚିତା ଅପମାନିତା ।
ଜଳିଛି, ଜଳୁଛି ଅନ୍ୟପାଇଁ ନିତି
ପାଇଛି ଜୀବନେ ଧୋକା,
ଜୀବନ ଯାତ୍ରାରେ ପଥସରେ ନାହିଁ
ନିସର୍ତ୍ତେ ଚାଲିଛି ଏକା ।
ଅନ୍ତର ର ପ୍ରତି କୋଣୁ ଝରିପଡ଼େ
କ୍ଷମା ର ଅଜସ୍ର ଧାରା,
କମନୀୟ ଅଙ୍ଗେ ଭରିଛି କରୁଣା
ହୃଦୟେ ଅମୃତ ଭରା ।
ପ୍ରତିଶୃତି ଆଉ ପ୍ରତାରଣାମଧ୍ୟେ
ନିରବି ଯାଇଛି ଆଶା,
ଅନନ୍ୟ ପ୍ରତିଭା ପ୍ରତିହତ ଆଜି
କିଏ ବୁଝିବ ତା' ଭାଷା ।
ମହାନ ବୃତ୍ତିକୁ ପେଶା କରିନେଇ
ମନପ୍ରାଣ ଢାଳି ଦେଲା,
ନିଷ୍ଠା ଓ କର୍ତ୍ତବ୍ୟ ସତ୍ୟ, ଧର୍ମ ପାଇଁ
ଜୀବନକୁ ଜାଳି ଦେଲା ।
ମଣିଷ ପଣିଆ ମୂଲ୍ୟହୀନ ସବୁ
ବ୍ୟର୍ଥତା ର ଶେଯ ପରେ,
ପ୍ରତିଭା ହଜିଛି ନିଜେ ତ ଜଳିଛି
ଯନ୍ତ୍ରଣା ର ଯଉଘରେ ।
ଅନ୍ତରେ କାନ୍ଦୁଛି ଉପରେ ହସୁଛି
ଖୋଜେ ତାର ପରିଚୟ,
ମରି ମରି ସେ ତ ମିଛରେ କରୁଛି
ବଞ୍ଚିବା ର ଅଭିନୟ ।
ଜୀବନ ଯୁଦ୍ଧରେ ସେତ ପ୍ରଶ୍ନବାଚୀ
ତ୍ୟାଗ ର ନାହିଁ ତୁଳନା,
ଲାସ୍ୟମୟୀ କାନ୍ତି ରୂପେ ଅପରୂପl
ଅନିନ୍ଦୀତା ସେ ଅନନ୍ୟା ।
ସେତ ଅନନ୍ୟା,
ସେତ ଅନନ୍ୟା,
ସେତ ଅନନ୍ୟା...।