STORYMIRROR

Kalandi pal

Inspirational

4  

Kalandi pal

Inspirational

ଫଗୁ ପୁନେଇଁ

ଫଗୁ ପୁନେଇଁ

1 min
166


ଚିକିରି ମିକିରି ଚିକିରି ଚାଇଁ

ରଙ୍ଗ ଖେଳିବେ ମୋ କଳାଗୋସେଇଁ.

ବରଷକେ ଥରେ ଫଗୁ ପୁନେଇଁ.

ସାତ ରଙ୍ଗ ଡାକେ ଆସ ଗୋସେଇଁ

ସେ ରଙ୍ଗରେ ଭିଜି, ମନଯିବ ହଜି

ନ ହେଲେ ବସିବ ମୁହଁ ଫୁଲେଇ. l0l


କଳା ମୁହଁ ତାର କେଡେ ସୁନ୍ଦର

ତୋରା ଦିଶେ ମୁହେଁ ବୋଳି ଅବିର

ଅବିର ନୁହେଁ ସେ ଭାବ ପ୍ରତୀକ

ମନେ ଭରି ଦିଏ ଆଶା ଅନେକ

ସେହି ଅବିରକୁ ଦେହେ ବୋଳିଦେଇ

ଭାବର ସାଗରେ ଦିଏ ଭସେଇ. l1l


ଫୁଲ ଠାରୁ ତାର ହୃଦ କୋମଳ

ସାଗର ଠାରୁ ତା ମନ ଗଭୀର

ଗଢୁଛି ଭାଙ୍ଗୁଛି ସାରା ସଂସାର

ତା ପାଖେ ନ ଥାଏ ଆପଣା ପର

ବାହୁ ତଳେ ତାର ଅଭୟର ଛାଇ

ମନ ସଙ୍ଗେ ମନ ଦେବା ମିଶେଇ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational