ଫଗୁ ପୁନେଇଁ
ଫଗୁ ପୁନେଇଁ
ଚିକିରି ମିକିରି ଚିକିରି ଚାଇଁ
ରଙ୍ଗ ଖେଳିବେ ମୋ କଳାଗୋସେଇଁ.
ବରଷକେ ଥରେ ଫଗୁ ପୁନେଇଁ.
ସାତ ରଙ୍ଗ ଡାକେ ଆସ ଗୋସେଇଁ
ସେ ରଙ୍ଗରେ ଭିଜି, ମନଯିବ ହଜି
ନ ହେଲେ ବସିବ ମୁହଁ ଫୁଲେଇ. l0l
କଳା ମୁହଁ ତାର କେଡେ ସୁନ୍ଦର
ତୋରା ଦିଶେ ମୁହେଁ ବୋଳି ଅବିର
ଅବିର ନୁହେଁ ସେ ଭାବ ପ୍ରତୀକ
ମନେ ଭରି ଦିଏ ଆଶା ଅନେକ
ସେହି ଅବିରକୁ ଦେହେ ବୋଳିଦେଇ
ଭାବର ସାଗରେ ଦିଏ ଭସେଇ. l1l
ଫୁଲ ଠାରୁ ତାର ହୃଦ କୋମଳ
ସାଗର ଠାରୁ ତା ମନ ଗଭୀର
ଗଢୁଛି ଭାଙ୍ଗୁଛି ସାରା ସଂସାର
ତା ପାଖେ ନ ଥାଏ ଆପଣା ପର
ବାହୁ ତଳେ ତାର ଅଭୟର ଛାଇ
ମନ ସଙ୍ଗେ ମନ ଦେବା ମିଶେଇ. l2l