STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

କରେ ସଭକ୍ତି ପ୍ରଣାମ

କରେ ସଭକ୍ତି ପ୍ରଣାମ

1 min
283


କରୁଛି ସ୍ଵାଗତ ହେ ବିଜ୍ଞ ସ୍ରଷ୍ଟା

ଘେନ ସ୍ଵାଗତ ଆମର,

ତବ ପ୍ରତିଭାକୁ ପ୍ରଣାମ ମୁଁ କରେ

କରେ ଆମ ପରିବାର।

ଭାଷା ସାହିତ୍ୟର ବିକାଶର ଲକ୍ଷ୍ୟ

ଅଟେ ଆମ୍ଭମାନଙ୍କର,

ଆମ ସାଥେ ମିଶି ଐତିହ୍ୟ ସଂସ୍କୃତି

କରିବା ପୁନରୁଦ୍ଧାର।

କରୁଛି ସ୍ବାଗତ....


ଶାସ୍ତ୍ରୀୟ ମାନ୍ୟତା ପାଇଲା ଖୁସିରେ

ନାଚି ଉଠେ ମନ ମୋର,

ଭାଷାର ଜନକ ମଧୁ ଗଙ୍ଗାଧର

ସ୍ଵପ୍ନ ହୋଇଛି ସାକାର।

କାହିଁକି କେଜାଣି କେଉଁଠି ଶୁଭୁଛି

ଭାଷାର କରୁଣ ସ୍ଵର,

ମୁକ୍ତି ହୋଇନାହିଁ ଅଛି ପରାଧୀନ

କହେ କାନେ ବାରବାର।

କରୁଛି ସ୍ଵାଗତ...


ଖାଇବାର ଦନ୍ତ ଗୋଟିଏ ତ ସିନା

ଦେଖାଯାଏ ଗୋଟେ ଆନ,

ଆମରି ଓଡ଼ିଆ ଭାଷା ଆମ ପାଇଁ

ସର୍ବେ କହନ୍ତି ମହାନ।

ଆଚରଣ ଆଉ ଉଚ୍ଚାରଣ ପରା

ଅଟେ ଏଠି ଭିନ୍ନ ଭିନ୍ନ,

ସେପାଇଁ କରିବା ଶପଥ ଆଜି ତ

ହେବ ବିକାଶ ଭାଷାର।


ଏହି ଶପଥ ଯେ ନିତି ପ୍ରତି କ୍ଷଣ

କରେ ଆମ ପରିବାର,

ଭାଷାର ବିକାଶ କରେ ସାହିତ୍ୟିକ

କବି ବନ୍ଧୁ ପରିବାର।

କରୁଛି ସ୍ଵାଗତ...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational