STORYMIRROR

Minakshi Samal

Inspirational

4  

Minakshi Samal

Inspirational

ସମୟ

ସମୟ

1 min
305

ସମୟ ଅଟଇ ବଡ ମୂଲ୍ୟବାନ

ହୀରା ,ନୀଳା ମୋତି ନୁହେଁ ତା ସମାନ

ଅହର୍ନିଶି ଅବିରତ ଧାଏଁ ସିଏ

ତା'ର ସମ ବଳବାନ ନାହିଁ କିଏ।


ସମୟ ସାଥିରେ ଗତିକରେ ଯିଏ

ପ୍ରତିଟି କାର୍ଯ୍ୟକୁ ଯେ ପ୍ରାଧାନ୍ୟ ଦିଏ

ମୁହୁର୍ତ୍ତ ଟିଏ ଅପଚୟ ନକରେ

ସମୟ ତାହାକୁ ବଳିୟାନ କରେ।


ପିତାମାତା ,ଗୁରୁ ,ଗୁରୁଜନ ମାନେ

ବାଲ୍ୟକାଳୁ ଶିକ୍ଷା ଦେଇଥାନ୍ତି କାନେ

ନେଡିଗୁଡ କହୁଣୀକୁ ବୋହିବାକୁ

ଦେବାପାଇଁ ମନା କରନ୍ତି ପିଲାଙ୍କୁ।


ଏହାର ଅସଲ ଗୁଢତତ୍ତ୍ୱ ଯାହା

ବୁଝାଇ କହନ୍ତି ତୁହାକୁ ଯେ ତୁହା

ସମୟ ଥାଇକି କାମ କରିଗଲେ

ପଶ୍ଚାତାପ ପାଶେ ନପଶଇ ଭଲେ।


ଚାଷ ତରତର ବଣିଜ ଯେ ମଠ

ଏହି ଉକ୍ତି କହେ ସମୟ ମହତ୍ତ୍ଵ

ସଠିକ ସମୟେ କାର୍ଯ୍ୟ ସମ୍ପାଦିଲେ

ସଫଳତା ମିଳିଥାଏ ବଳେ ବଳେ।


ପିଲାଏ ଏକଥା ମନେ ହେଜକରି

କାମ କରିଯିବ ତୁମେ ବୀର ପରି

ସମାଜରେ ଅଗ୍ରଗଣ୍ୟ ହେବ ତୁମେ

ତୁମ ନାମ ନେବେ ସଭିଏଁ ପ୍ରଥମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational