STORYMIRROR

Gitanjalli Moharana

Inspirational

4  

Gitanjalli Moharana

Inspirational

ଜନ୍ମ ଓ ମୃତ୍ୟୁ

ଜନ୍ମ ଓ ମୃତ୍ୟୁ

1 min
239

ଜନ୍ମରେ ଆରମ୍ଭ ନୁହଁଇ ଜୀବନ

ମୃତ୍ୟୁରେ ନୁହେଁ ଶେଷ,

ବଞ୍ଚିବା ତ ନୁହେଁ ଅଭିଳାଷ କା'ର

ମରଣ ନୁହେଁ ଉଦ୍ଦେଶ୍ୟ।

ସକାଳ ସୂରୁଜ ସଞ୍ଜେ ଯାଏ ଲୁଚି

ଘୋଟିଆସେ କାଳରାତ୍ରି,

ଦିନ ଦିଏ ସିନା ଆନନ୍ଦ ଲାଳସା

ରାତି ପରା ଦିଏ ଶାନ୍ତି।

ଜନ୍ମ ଯଦି ସତ, ମୃତ୍ୟୁ ମହାସତ୍ୟ

ମଝିରେ ସପନ ହାଟ,

କେବେ ହସ କାନ୍ଦ, ପୁଣି ଦୁଃଖ ସୁଖ

ଚାଲେ କିଣା ବିକା ନାଟ।

ମଧୁର ସ୍ମୃତିର ନାଁ ତ ଜୀବନ

ମୃତ୍ୟୁ ଠିକଣା ତା'ର,

ଜନ୍ମ ଆସିଥାଏ ଖୁସିର ଲଗନେ

ମୃତ୍ୟୁ ଅତି ଭୟଙ୍କର।

ଜନମେ ଖେଳଇ ଆନନ୍ଦ ଲହରୀ

ଆସେ ଗହଳି ଲଗାଇ,

ପାଦ ଛପି ଛପି ଧିରେ ଧିରେ ଲୁଚି

ମୃତ୍ୟୁ ଆସି ଦିଏ ଡରେଇ।

ଜନ୍ମ ଯେ ଘଟଣା, ମୃତ୍ୟୁ ଦୁର୍ଘଟଣା

ଦୁହେଁ ଘଟିବାକୁ ବାଧ୍ୟ,

ଜନ୍ମ ପରା ଏକ ଆଦର ସାମ୍ଭାବ୍ୟ

ମୃତ୍ୟୁ ଘୃଣିତ ଶରବ୍ୟ।

ଜନ୍ମ ଠାରୁ ମୃତ୍ୟୁ, ଦୂରତା ଅମାପ

ନାହିଁ ତା'ର ମାପକାଠି,

କେହି ଜାଣେ ନାହିଁ, କେଉଁଠୁ ଆରମ୍ଭ

କେଉଁଠାରେ ହେବ ଇତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational