STORYMIRROR

Gitanjalli Moharana

Romance

4  

Gitanjalli Moharana

Romance

ହୋଲି

ହୋଲି

1 min
207

ଲଗାନା ଲଗାନା କାହ୍ନା 

ରଙ୍ଗ ତୁ ଲଗାନା,

ସାତ ରଙ୍ଗ ଅବିରରେ 

ମୋତେ ତୁ ଭିଜାନା।

ତୋ ପାଇଁ ଫଗୁଣ ଖେଳେ

ସାତ ରଙ୍ଗେ ହୋଲି,

ଲାଜରେ ଗଲିଣି ମରି

ଦେଖି ପିଚକାରୀ।

ନା ନା ନା ଆଉ ରହିପାରେ ନା.....

ସବୁ ରଙ୍ଗ ଠାରୁ ମିଠା

ତୋ କଳା ରଙ୍ଗ,

ଛୁଇଁ ଦେଲେ ତନୁ ମୋର

ଶିହରେ ଅଙ୍ଗ।

 ସବୁ ରଙ୍ଗ ଛାଡେ ସିନା

ତୋ ରଙ୍ଗ ଛାଡେ ନା।

ସେ ରଙ୍ଗ ପାଇଁ ପାଗେଳୀ

ଗୋପ ଗୋପାଙ୍ଗନା।

ନା ନା ନା ଆଉ ଫଗୁ ଲଗାନା....

ବେଳ ଉଚ୍ଛୁର ହେଲାଣି

ବାଟ ଛାଡ ନଟ,

ବାଟ ଅବାଟ ନମାନି

କରୁ କାଇଁ ନାଟ?

ବାଟ ଚାହିଁ ବସିଥିବେ

ମୋ ଶାଶୁ ନଣନ୍ଦ,

ତୋ ପାଇଁ ଶୁଣୁଛି ନିତି

ନିନ୍ଦା, ଅପବାଦ।

ନା ନା ନା ଆଉ ସହି ପାରେନା...


**


ଆଗୋ ମୋର ପ୍ରାଣସହୀ

ବୁଝୁ ନାହିଁ କାହିଁ ପାଇଁ,

ତୋ ବିନୁ ଏ ହୋଲି ଖେଳ

ମାନେ ତ କିଛି ନାହିଁ?

ଛାଡ ସବୁ ରାଗ ରୋଷ

ଭୁଲ ଅପବାଦ,

ପୀରତି ରଙ୍ଗରେ ଦେବି

ଭିଜାଇ ହୃଦ।

ମହୁ ଠାରୁ ବେଶୀ ମିଠା

ହୋଲିର ଅବିର ଛିଟା,

ଥରେ ଲାଗିଲେ ଛାଡେନା

ଏ ଏମିତି ଅଠା।

କରନାହିଁ ମନମାନୀ

ଆଗୋ ମୋ ଚନ୍ଦ୍ରବଦନୀ,

ସରି ସରି ଆସେ ବେଳ

ଘଡ଼ିଏ ଖେଳ ମୋ ରାଣୀ।

ମନ ଭରି ପିଚକାରୀ

ମାରିବି ତୁମକୁ ଗୋରୀ,

କେଉଁଠି ଲୁଚିବ ରାଧେ

ଯିବ ନିଶ୍ଚେ ମୋ ଠୁ ହାରି।

ପ୍ରେମର ର ଖେଳ ସଭିଙ୍କୁ ଭିଜାଏ

ପ୍ରେମର ସନ୍ଦେଶ ବାଣ୍ଟି,

ପ୍ରେମମୟ ହୁଏ ଏ ସାରା ସଂସାର

ତୁମେ ରହିଅଛ ସାକ୍ଷୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance