STORYMIRROR

Gitanjalli Moharana

Others

3  

Gitanjalli Moharana

Others

ବନ୍ଦୀ ବର୍ଷା ରାଣୀ

ବନ୍ଦୀ ବର୍ଷା ରାଣୀ

1 min
185

ପାଦରେ ପିନ୍ଧିଛି ପ୍ରୀତିର ନୂପୁର

ହାତେ ରୁଣୁଝୁଣୁ ଚୁଡିର ଗଜଲ,

କଳାମେଘୀ ଗଭାରେ ତା

ଆଞ୍ଜୁଳାଏ ମେଘ ଫୁଲ।


ସରଗପୁରରୁ ଓହ୍ଲାଇ ଆସୁଛି

ଟୁପୁରୁ ଟୁପୁରୁ କରି ଶବଦ,

ବିଜୁଳି ଚମକେ ସିନ୍ଥି ଝଲମଲ

ଦୁନ୍ଦୁଭି ବଜାଏ ସ୍ୱାଗତ ବାଦ୍ୟ।


ଫୁଙ୍ଗୁଳା ମାଟିର ଛାତିରେ

ଲୋଟିଯିବାର ଆବେଗ ତା,

ଠୋପା ଠୋପା ଜଳ ବିନ୍ଦୁ ଧାରେ

କେତେ ଆତ୍ମୀୟତା।


ଭିଜା ମାଟିର ସେ ଭୁରୁଭୁରୁ ଗନ୍ଧ

ମତୁଆଲା ସ୍ୱର୍ଗ ମର୍ତ୍ତ୍ୟ ପାତାଳ,

ପହିଲି ଛୁଆଁର ପହିଲି ବାସ୍ନାରେ

କାକ ପିକ ସର୍ବେ ଆନନ୍ଦେ ବିଭୋର।


ନିଦାଘ ତାତିର ଜର୍ଜର ପରାଣେ

ଭରିବାକୁ ଶୀତଳତାର ସ୍ଵାଦ,

ବର୍ଷା ରାଣୀ ଆଜି ହୋଇଛି ବନ୍ଦୀ

ମତୁଆଲା କରେ କଦମ୍ବ ଗନ୍ଧ।



Rate this content
Log in