STORYMIRROR

Gitanjalli Moharana

Romance

3  

Gitanjalli Moharana

Romance

ପବିତ୍ର ପାପ

ପବିତ୍ର ପାପ

1 min
25

ଅବୁଝା ଏ ରାତିର ବୟସେ

ଅନିୟନ୍ତ୍ରିତ କଞ୍ଚା ଯୌବନେ

ଜହ୍ନ ଆଉ କଇଁ ଯେବେ ହୁଅନ୍ତି ଏକାଠି

କ'ଣ ଚାଲେ ଦୁହିଁଙ୍କ ଭିତରେ ପ୍ରେମ ନା ଚଉଠି

ରୋମାଞ୍ଚିତ ସ୍ପନ୍ଦନର ଝଲକରେ

ମୁଦି ହୋଇଯାଏ ଯେବେ ଦୁହିଁଙ୍କ ନୟନ

ଦୁନିଆ ଦେଖେ କେବଳ ଜହ୍ନର ଗାଲରେ

କଳଙ୍କର ଚିହ୍ନନା ଇଏ କଇଁର ଚୁମ୍ବନ

ଲାଜେଇଛି କଇଁ ଲାଜେଇଛି ଜହ୍ନ

ସକାଳ ଆଲୁଅ ପାଇ

ସାକ୍ଷୀ ଅଛି ତାରା ପବିତ୍ର ପାପର

ମିଛେ ସେ ପଡ଼ିଛି ଶୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance