STORYMIRROR

Gitanjalli Moharana

Inspirational

3  

Gitanjalli Moharana

Inspirational

ସ୍ମୃତି ର ପ୍ରକାଶ

ସ୍ମୃତି ର ପ୍ରକାଶ

1 min
206

ସ୍ମୃତି ତୁମେ ମୋର ସବୁଠୁ ନିଜର

ତୁମ ପରି କେହି ନାହିଁ,

ଯେତେ ଯିଏ ମତେ ପର କରିଦେଲେ

ତୁମେ ଦୂରେଇବ ନାହିଁ।।


ତୁମେ ରହିଅଛ ମନ ଆଇନାରେ

ଅଲିଭା ଅଭୁଲା ହୋଇ,

ଆଖି ଆଗେ ତୁମ ରୂପ ନାଚିଯାଏ

ଭୁଲି ଜମ୍ମା ପାରେନାହିଁ।।


କେବେ ତମେ ମୋର ସରୁ ଓଠ ଧାରେ

ଖିଲି ଖିଲି ମିଠା ହସ,

ଫୁଲ ହୋଇ ଫୁଟ ମନ ବଗିଚାରେ

ପାଖୁଡ଼ାରେ ଭର ବାସ।।


କେବେ ଆଣିଦିଅ ମୋ ଆଖିରେ ଲୁହ

ବୈଶାଖେ ଶ୍ରାବଣ ପରି,

ଉଚ୍ଛୁଳି ଉଠଇ ମୋ ହୃଦୟ ନଈ

ତୁମକୁ ଛାତିରେ ଧରି।।


ସ୍ମୃତି କେବେ ତୁମେ ଶୀତ ସକାଳର

ଉଷୁମ କପର ଚା,

ପୁଣି କେବେ ବର୍ଷା ଭିଜା ପ୍ରହରରେ

ଚୁଲିରୁ ନିର୍ଗତ ଧୂଆଁ।।


ଆଖି ବୁଜିଦେଲେ ଚାଲିଆସ ତୁମେ

ନେଇ ମିଠା ଅନୁଭୂତି,

ମୋ ଛାତି ଭିତରେ ହୃଦୟ ଦର୍ପଣେ

ଆଙ୍କି ହେଉଥାଅ ନିତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational