STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

କଜଳପାତୀ

କଜଳପାତୀ

1 min
240

କଜଳପାତୀ ଲୋ କଜଳପାତୀ

ଆସିଛୁ ଗଢିବୁ ଭାବପୀରତି


କରିବୁ ଚାଲାକେ ଭଦର ଲୋକି

କଳି ଲଗାଇବୁ ମଉକା ଦେଖି


କଜଳପାତୀ ଲୋ କଜଳ ପାତୀ

ତୋ ସାଙ୍ଗେ ନାହିଁ ଭାବ ପୀରତି


କେତେ ଅଳସୁଆ ଅଟୁ ଲୋ ତୁହି

ନିଜ ଅଣ୍ଡା ନିଜେ ଉଷାଉ ନାହିଁ


କେତେ କଷ୍ଟେ କାଉ ଅଣ୍ଡା ଦେଇଣ

କରୁଥିଲା କେହ୍ନେ ଖାଦ୍ୟ ଗ୍ରହଣ


ସେଇ ମଉକାକୁ ତୁ ଖୋଜୁଥିଲୁ

କାଉ ଅଣ୍ଡା ଖାଇ ତୁ ଅଣ୍ଡା ଦେଲୁ


କେତେ ସର୍ବନାଶ ତୁ ସତେ କଲୁ

କାଉ ଛୂଆ ଜନ୍ମ ଆଗୁ ମାଇଲୁ


କେତେ ଅବିବେକୀ ଅଟୁଲୋ ତୁହି

ତୋ କଥାକୁ ମୋର ପରତ ନାହିଁ


ପର ଘରଭଙ୍ଗା ଅଟୁଲୋ ତୁହି

ତୋ ସଙ୍ଗରେ ଭାବ ପୀରତି ନାହିଁ


ଯେଉଁ ବାଟେ ବାଟେଆସିଲୁ ତୁହି

ସେହି ବାଟେ ବାଟେ ଯା' ପଳାଇ


କଜଳ ପାତିଆ ଭଦରଲୋକ

 ଲୋଡା ନାହିଁ ମୋର ଜୀବନ ଯାକ


ତୁ ଯେତେ ବୁଝାଇଲେ ବୁଝିବି ନାହିଁ

ତୋ କଥାରେ ଭଳି ଯିବିନି ମୁହିଁ

 

 ଯଦି ଆସିଲୁ ତୁହି ଭଲକଲୁ 

 ତୋ ଲାଗି ବସିବାକୁ ନାହିଁ ଠାଆ


ଯେଉଁ ବାଟେ ବାଟେ ଆସିଥିଲୁ ତୁ 

 ସିଧା ସେହି ବାଟେ ବାଟେ ତୁ ଯାଆ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational