କଜଳପାତୀ
କଜଳପାତୀ
କଜଳପାତୀ ଲୋ କଜଳପାତୀ
ଆସିଛୁ ଗଢିବୁ ଭାବପୀରତି
କରିବୁ ଚାଲାକେ ଭଦର ଲୋକି
କଳି ଲଗାଇବୁ ମଉକା ଦେଖି
କଜଳପାତୀ ଲୋ କଜଳ ପାତୀ
ତୋ ସାଙ୍ଗେ ନାହିଁ ଭାବ ପୀରତି
କେତେ ଅଳସୁଆ ଅଟୁ ଲୋ ତୁହି
ନିଜ ଅଣ୍ଡା ନିଜେ ଉଷାଉ ନାହିଁ
କେତେ କଷ୍ଟେ କାଉ ଅଣ୍ଡା ଦେଇଣ
କରୁଥିଲା କେହ୍ନେ ଖାଦ୍ୟ ଗ୍ରହଣ
ସେଇ ମଉକାକୁ ତୁ ଖୋଜୁଥିଲୁ
କାଉ ଅଣ୍ଡା ଖାଇ ତୁ ଅଣ୍ଡା ଦେଲୁ
କେତେ ସର୍ବନାଶ ତୁ ସତେ କଲୁ
କାଉ ଛୂଆ ଜନ୍ମ ଆଗୁ ମାଇଲୁ
କେତେ ଅବିବେକୀ ଅଟୁଲୋ ତୁହି
ତୋ କଥାକୁ ମୋର ପରତ ନାହିଁ
ପର ଘରଭଙ୍ଗା ଅଟୁଲୋ ତୁହି
ତୋ ସଙ୍ଗରେ ଭାବ ପୀରତି ନାହିଁ
ଯେଉଁ ବାଟେ ବାଟେଆସିଲୁ ତୁହି
ସେହି ବାଟେ ବାଟେ ଯା' ପଳାଇ
କଜଳ ପାତିଆ ଭଦରଲୋକ
ଲୋଡା ନାହିଁ ମୋର ଜୀବନ ଯାକ
ତୁ ଯେତେ ବୁଝାଇଲେ ବୁଝିବି ନାହିଁ
ତୋ କଥାରେ ଭଳି ଯିବିନି ମୁହିଁ
ଯଦି ଆସିଲୁ ତୁହି ଭଲକଲୁ
ତୋ ଲାଗି ବସିବାକୁ ନାହିଁ ଠାଆ
ଯେଉଁ ବାଟେ ବାଟେ ଆସିଥିଲୁ ତୁ
ସିଧା ସେହି ବାଟେ ବାଟେ ତୁ ଯାଆ||
