Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tanmaya Nayak

Inspirational

4.5  

Tanmaya Nayak

Inspirational

ଶାନ୍ତି

ଶାନ୍ତି

1 min
225



ଗର୍ବ, ଇର୍ଷା, ହିଂସା ଧନର ଲାଳସା

ସଂସାର କୁ ଆଜି କରିଛି ଆଛନ୍ନ ।

ଶାନ୍ତି ଟିକେ ପାଇଁ ସମସ୍ତେ ପାଗଳ

ସଭିଏଁ କରନ୍ତି ତା'ର ଅନ୍ଵେଷଣ ।। (୧)


ଧନବାନ ଠାରୁ ଧନହୀନ ଯାଏ

ସମସ୍ତଙ୍କର ଏହି ଗୋଟେ ଉଦେଶ୍ୟ ।

ନିଜେ ବଞ୍ଚିଗଲେ ହେବ ବାପା ନାଆଁ

ଶାନ୍ତିରେ ଜୀବନ ବିତିବ ଅବଶ୍ୟ ।। (୨)


ସ୍ଵାର୍ଥପର ଆଉ କୃତଘ୍ନ ଭାବନା

ରକ୍ତ ସମ୍ପର୍କକୁ କରିଛି ବିଷାକ୍ତ ।

ଛାଡି ଘରଦ୍ଵାର ଯୌଥ ପରିବାର

ସମସ୍ତେ ଖୋଜନ୍ତି ଶାନ୍ତି ଅବିରତ ।। (୩)


ରସ ଆସ୍ଵାଦନ ଏକାନ୍ତ ଭାବରେ

କରିବାକୁ ସର୍ବେ ସର୍ବଦା ଆକୁଳ ।

ସେଥିପାଇଁ ବୋଧେ ସୁନ୍ଦର ସଂସାର

ନିମ୍ନଗାମୀ ହୋଇ ଯାଏ ରସାତଳ ।। (୪)


ସହିଷ୍ଣୁତା ଆଉ ନିଃସ୍ଵାର୍ଥପରତା

ମନ୍ତ୍ରରେ ଦିକ୍ଷୀତ ହୋଇ ସର୍ବ ଜନ ।

ଇର୍ଷା, ହିଂସା ତେଜି ଅହିଂସା ରେ ଗଲେ

ଶାନ୍ତି ର ପୁନଶ୍ଚ ହେବ ଆଗମନ ।। (୫)


ଶାନ୍ତି ର ଠିକଣା କରେ ବାଟ ବଣା

ପଥ ହୁଡି ଯାଇ ସଭିଏଁ ବିବ୍ରତ ।

ମାନବିକତା ର ହୋଇଲେ ଉଦୟ

ଶାନ୍ତିର ଠିକଣା ମିଳିବ ନିଶ୍ଚିତ 

ଶାନ୍ତିର ଠିକଣା ମିଳିବ ନିଶ୍ଚିତ ।। (୬)



Rate this content
Log in