STORYMIRROR

Tanmaya Nayak

Others

3  

Tanmaya Nayak

Others

ତଥାପି ଆପଣା ଲାଗେ ଦୁନିଆ

ତଥାପି ଆପଣା ଲାଗେ ଦୁନିଆ

1 min
234


ରବିବାର ଛୁଟି ଦିବସ ପାଇଁ

ଗାଆଁ ଆଡ଼େ ମୁହିଁ ଗଲି ପଳାଇ

ଆଗ ଭଳି ଆଉ ସ୍ନେହ ମମତା

କାହାରି ପାଖରୁ ପାଇଲି ନାହିଁ ।।


ରାଜନୀତିରେ ଘାଇଲା ସଭିଏଁ

ସଭିଙ୍କ ମୁହଁରେ ଗୋଟିଏ କଥା

ମାଗଣା ଚାଉଳ ପାଇବା ପାଇଁ

କାମ ଧନ୍ଦା ଛାଡି ନୁଆଁନ୍ତି ମଥା ।।


ସ୍ବାର୍ଥ ବଶବର୍ତ୍ତୀ ଆତ୍ମୀୟ ସବୁ

ଜାଣି ପାରି ଆତ୍ମା କଷ୍ଟ ପାଇଲା

ଅନ୍ଧ ଧୁତରାଷ୍ଟ୍ର ଆମ ସରକାର

ଦୁର୍ଯ୍ୟୋଧନ ପ୍ରାୟ ସମସ୍ତ ଚେଲା ।।


ସାମାନ୍ୟ ସ୍ବାର୍ଥରେ ସମସ୍ତେ ଅନ୍ଧ

ଭୀଷ୍ମ ଦ୍ରୋଣ କର୍ଣ ଅନେକ ବୀର

ଯୁଗ ବିତିଗଲା ଚେତା ପଶିଲାନି

ସମାଜ ସାଜିଛି ମୁକ ବଧିର ।।


ପ୍ରତିବାଦ କରିବାର ପ୍ରୟାସ

ତିଳେହେଁ କାହାରି ମନରେ ନାହିଁ

ନିଜ ଭାଇ ବଳି ପଡ଼ିଲେ ପଡ଼ୁ

ରାଜନୀତି କିନ୍ତୁ ଛାଡନ୍ତି ନାହିଁ ।।


ଗାଆଁରେ ହେଉନି କବାଡି ଖେଳ

କଳି ଗୋଳ କରି ଦିନ ଯାଉଛି

ପ୍ରତିଦିନ ସେଠି ହୁଏ କନ୍ଦଳ

ପଦିଏ କଥାରେ ନିଆଁ ଜଳୁଛି ।।


ସମ୍ପର୍କ ରେ ଆଉ ସୁଆଦ ନାହିଁ

ସଂସାର ଜଞ୍ଜାଳେ ସଭିଏଁ ବ୍ୟସ୍ତ

ଅର୍ଥ ଅନର୍ଥ ର ମୂଳ କାରଣ

ଉପାର୍ଜନ ପାଇଁ ସର୍ବେ ଚିନ୍ତିତ ।।


ବୁଝାଇ ମନକୁ ଆସିଲି ଫେରି

ସହର ଆମର ଭାରି ବଢିଆ

ରକ୍ତ ସମ୍ପର୍କ ଅଭାବ ଏଠାରେ

ତଥାପି ଆପଣା ଲାଗେ ଦୁନିଆ

ତଥାପି ଆପଣା ଲାଗେ ଦୁନିଆ ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍