STORYMIRROR

Pranati Panda

Inspirational Others

4  

Pranati Panda

Inspirational Others

ମୋ ଦେଶ ଭାରତ

ମୋ ଦେଶ ଭାରତ

1 min
277


 ମୋ ପ୍ରିୟ ଭାରତ ସବୁଠାରୁ ଶ୍ରେଷ୍ଠ

         ପବିତ୍ର ସୁନାର ଉଜ୍ଜ୍ୱଳ ଭୂଇଁ ,

ମରକତ ମଣି ସଦୃଶ ଶୋଭଇ

          ହିମାଳୟ ତାର ଶିଖର ଛୁଇଁ ।୧।


କେତେ ଶାସକର ଦୁର୍ନୀତି ଶୋଷଣେ

       ମୋ ଦେଶ ଜନତା ଡରଇ ନାହିଁ,

କ୍ଷମତାନ୍ଧ ଶତ୍ରୁ ସାଙ୍ଗରେ ଲଢ଼ିକି

       ସ୍ୱଇଚ୍ଛାରେ ଝାସ ଦେଇଛି ଯାଇଁ ।୨।


ଭାରତବାସୀ ତ' ଶାନ୍ତି ପ୍ରିୟ ବୋଲି

        ବିଶ୍ଵ ଦରବାରେ ନାମ ରଖିଛି ,

ଅହିଂସା ବଳରେ ଇଂରେଜଙ୍କ ଠାରୁ

         ନିଜ ଦେଶକୁ ସ୍ଵାଧୀନ କରିଛି ।୩।


କେତେ ଆସି କେତେ ଚାଲି ଯାଇଛନ୍ତି

        ଖଣ୍ଡ, ଖଣ୍ଡ କରି ଭାରତ ଭୂଇଁ ,

ତଥାପି ମୋ' ଦେଶ କ୍ଳାନ୍ତ, ଶ୍ରାନ୍ତ ହୋଇ

         ଲଢ଼ିଛି ଦେଶର ମଙ୍ଗଳ ପାଇଁ ।୪।


ଶାନ୍ତି ପ୍ରିୟ ଆମେ ଶାନ୍ତ ହୃଦୟରେ

        ସବୁ ସହିଯାଉ ଜୀବନ ଦେଇ ,

ସହିବାର ସୀମା ଟପି ଚାଲିଗଲେ

         ଅସ୍ତ୍ରଶସ୍ତ୍ର ମଧ୍ୟ ଦେବୁ ଚଲେଇ ।୫।


ହେଉ ସେ' ମୋଗଲ ଅବା ସେ' ଇଂରେଜ

      କେତେ ଆସି ଚାଲିଗଲେଣି କାହିଁ ,

ହେଉ ପାକିସ୍ଥାନ ଅବା ସେ' ଚାଇନା

      ଅନ୍ୟାୟ କରିଲେ ସହିବୁ ନାହିଁ ।୬।


ପ୍ରତିବାଦ ଆମେ କରିଛୁ କରିବୁ

       ଶତ୍ରୁ ଭୟେ ଆମେ ଡରିବୁ ନାହିଁ ,

ଭାରତ ଦେଶର ପ୍ରତି ନାଗରିକ

       ଘରକୋଣେ ଲୁଚି ରହିବ ନାହିଁ ।୭।


ଇଟାର ଜବାବ୍ ପଥରରେ ଦେବୁ

        ଆମର ସୀମାକୁ ଦେଖ ଛୁଇଁକି,

ଆକାଶଠୁଁ ନେଇ ସମୁଦ୍ର ପର୍ଯ୍ୟନ୍ତ

        ମୋ ଦେଶ ସୈନିକ ଅଛି ଚାହିଁକି ।୮।


ନାହାନ୍ତି ମହାତ୍ମା ଅବା ଜବାହର

        ଗୁରୁ, ଗୁରୁଜନେ ଅଭାବ ନାହିଁ ,

ପୀଢି ପରେ ପୀଢ଼ି ଶତ୍ରୁ ସଙ୍ଗେ ଲଢ଼ି

        ଦେଶକୁ ସୁରକ୍ଷା ନିଶ୍ଚେ ଦେବହିଁ ।୯।


ଭାରତ କଙ୍କାଳ ନୁହଇଁ ଦୁର୍ବଳ

        ଅନ୍ୟାୟ, ଅଧର୍ମ ସହିବ ନାହିଁ ,

ମରିଯିବ ପଛେ ଡରିଯିବ ନାହିଁ

        ଫେରିଯିବ ନାହିଁ ପଛକୁ ଚାହିଁ ।୧୦।


ପ୍ରତିବାଦ ଶତ ସ୍ୱର ଉଠାଇଣ

        ଶତ୍ରୁ ଆଗେ ମୁଣ୍ଡ ନଇଁବୁ ନାହିଁ ,

ଶତ୍ରୁ ବି' ଦିନେ ଭାରତ ମାଟିକୁ

        ମଥାନତ କରି ରହିବେ ଚାହିଁ ।୧୧।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational