STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ମିତ୍ରତାର ପରିଚୟ

ମିତ୍ରତାର ପରିଚୟ

1 min
187


ବନ୍ଧୁ ପରିଚୟ ବିପଦ କାଳରେ

ସେହି ସିନା ବନ୍ଧୁ ଜୀବନ ଯାତ୍ରାରେ,

ଭଲ ବନ୍ଧୁ ସେହି ଏପରି କାଳରେ

କେଭେ ନ ଭୁଲିବା ଏପରି ବନ୍ଧୁରେ।୧।


ଚାଟୁକାର ସ୍ଥାନ ସମ୍ପନ କାଳରେ

ଦୁଃଖେ ଉପସ୍ଥିତ ନାହିଁଟି କାହାରେ,

ପାଇବା କାମନା କେବଳ ତାଙ୍କରେ

ପରିଚୟ ମିଳେ ବିପଦ କାଳରେ।୨।


ଏପରି ବନ୍ଧୁଙ୍କୁ ବହିଷ୍କାର କର

ନୁହନ୍ତି ସେ ବନ୍ଧୁ ଜୀବନ ଯାତ୍ରାର,

ବଡ଼ ଶତ୍ରୁ ସେହି ବୁଝ ଜୀବନର

କେବେ ବି ବିଶ୍ୱାସ ନ କର ତାଙ୍କର।୩


ଦୁଃଖ ସୁଖ ଅଟେ ଜୀବନ ଦର୍ପଣ

ଜୀବନ ଯାତ୍ରାରେ ହୁଅଇ ଅର୍ପଣ

କଟୁ ସତ୍ୟ ଅଟେ ପ୍ରଭୁଙ୍କ ଭିଆଣ

ଭଲ ବନ୍ଧୁ ମିଳେ ବିପଦରେ ଜାଣ।୪।


ଦୁଃଖରେ ବି ଭଜେ ହରେ କୄଷ୍ଣ ରାମ

ସୁଖରେ ବି ଭଜେ ପ୍ରଭୁ କୄଷ୍ଣ ରାମ,

ପ୍ରଭୁଙ୍କର ଭକ୍ତ ଭଜେ କୄଷ୍ଣ ରାମ

ତା ପରିଟି ଭକ୍ତ ନାହିଁ ଧରାଧାମ।୫।


ବନ୍ଧୁ ପରିଚୟ ବିପଦ କାଳରେ

ସେହି ସିନା ବନ୍ଧୁ ଜୀବନ ଯାତ୍ରାରେ,

ଭଲ ବନ୍ଧୁ ସେହି ଏପରି କାଳରେ

କେବେ ନ ଭୁଲିବ ଏପରି ବନ୍ଧୁରେ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational