Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

କେମିତି ହସିବି ମୁହିଁ

କେମିତି ହସିବି ମୁହିଁ

1 min
184



ମୋ ଜୀବନ ସ୍ବପ୍ନ ଭାଙ୍ଗି ହେଲା ଚୂର୍ଣ୍ଣ

ସବୁ ସମୟ ଚକରେ

ଯହା ଇଚ୍ଛା ଥିଲା ପୂରଣ ନ ହେଲା

ରହି ନ ପାରେ ଖୁସିରେ

ଦିନ ଗଲା ଚାହିଁ ଚାହିଁ

ଅଶାନ୍ତ ମନରେ ବିକଳ ହୃଦୟେ

କେମିତି ହସିବି ମୁହିଁ ?


ସଂସାରୀ ଜୀବନ ଧନ ଯଶ ମାନ

ସୁଖ ଭରି ପାରେନାହିଁ

ଆସେ ସରି ସରି ଆୟୁଷ ମୋହରି

ମୁଁ ମୋର କହି କହି

ଏ ପରା ଦୁଃଖର ନଈ

ମନ ଅଗଣାରେ ପ୍ଳାବନ ଛୁଟାଏ 

କେମିତି ହସିବି ମୁହିଁ ?


ମାୟା ମରୀଚିକା ଜୀବନ ଦୀପିକା

ବିଭୁ ନାମ ନ ଭଜଇ

ନାନା ରୋଗ ଦୁଃଖ ହରି ନିଏ ସୁଖ

କରମ ପାଉଣା ଦେଇ

ଭୁଲ୍ ପଥ ଆପଣେଇ

ସମୟ ସାଥିରେ ସାଲିସ୍ କରି କରି

କେମିତି ହସିବି ମୁହିଁ ?




Rate this content
Log in

Similar oriya poem from Inspirational