STORYMIRROR

Kamal Pattnaik

Inspirational

3  

Kamal Pattnaik

Inspirational

ଆଈମା'

ଆଈମା'

1 min
25.8K


ଥିଲା ଜଣେ ନିଜର
ପାଳିଥିଲା ପିଲାଟି ଦିନରୁ,
ଶୋକରେ ସଭିଙ୍କୁ ଭସେଇ
ଚାଲିଗଲା ଭବ ସଂସାରୁ...!


ଅଳି ଅଝଟ ଆଗରୁ ବୁଝେ
ମନ ଜାଣିାପାରେ ମା' ପରିକା,
ଆଜି କରିଛି ସେ ଅଭିମାନ
ଶୋଇ ଯାଇଛି ସେ ଏକା ଏକା...!


ତା' ହାତ ରନ୍ଧା କାଞ୍ଜି ଆମ୍ବିଳା
ହେଉ ଅବା ବଡ଼ି ବେସର,
ଆହାକି ସୁଆଦ ଦରବ
ମିଳିବନି ଜମା ଆଉ ଏଥର...!


ସାମନା କରିଛି ଅନେକ ଝଡ଼
ପ୍ରତିବାଦ କରିନି ଜମା,
ସେନେହର ସମ୍ପର୍କରେ ବନ୍ଧା
ଡାକୁଥିଲି ତା'କୁ ଆଈ ମା'...!


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational