STORYMIRROR

Kamal Pattnaik

Comedy

3  

Kamal Pattnaik

Comedy

ଆଗ ଛକରେ ଝିଅ ଖୋଜା

ଆଗ ଛକରେ ଝିଅ ଖୋଜା

1 min
12.9K


ଝିଅ ମୋ ଫୁଲୁରି ଭାରି ଗେଲବସରୀ
         ବଢିଚି ସହରି ଢାଞ୍ଚାରେ
 ମାଟି କାଦୁଅ ଜମାରୁ ଲାଗିନି ଏଜାଏଁ
          ତା' କୋମଳ ପାଦରେ
 ଗୋବର ପାଣିରେ ମାରିନି ସେ ହାତ
        ଚଳିନି ଗାଁଉଳି ଜେଗାରେ
ବିଭାଘର ପରେ ତୁମ ପାଖରେ ରଖିବ
        ଘର ଭଡ଼ା ନେଇ ସହରେ
ନାନା ପୂଜା ପରବାଣି ଗୁରୁବାର ଝୋଟି
         ଦେଖିବ କିଏ ବାହାରେ
ରୋଷେଇବାସକୁ ପରା ଭାରି ଡରକୁଳି
       ରୋଷେୟା ରଖିବ ପାଖରେ
ପିଲାଟି ଦିନରୁ କମୁନି ତା' ଅଣ୍ଟା ଦରଜ
         ଲୁଗା କାଚି ପାରୁନି ହାତରେ
ପ୍ରସ୍ତାବରେ ରାଜି ଯଦି ଆଗକୁ ବଢିବା
         ନୋହିଲେ ଦେଖ ଯାଇ
              ଆଗ ଛକରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy