STORYMIRROR

Akshaya kumar Rout

Comedy Inspirational

3  

Akshaya kumar Rout

Comedy Inspirational

ଥିଲା ମୋର ଗୋଟେ ଶାଳୀ

ଥିଲା ମୋର ଗୋଟେ ଶାଳୀ

1 min
218

ଥିଲା ମୋର ଗୋଟେ ଶାଳୀ

ଦେଖିବାକୁ ଟିକେ କାଳି

ହସିଦେଲେ ସେ ମୁକୁତା ଝରଇ

କଥା କହେ ଭଳି ଭଳି ।

ନାଆଁ ଟି ମଉନାବତୀ

ଚବିଶି ଘଣ୍ଟିଆ ଚ୍ୟାନେଲ୍ ପରି ସେ

ଯାଏ ନାହିଁ କେବେ ଥକି ।

ପିଠା ପଣା ଆଉ ଶାଗ ଶାଗୁଆତି

ବଡ଼ି ବାଇଗଣ ଝୋଳ

ଗୋଟା କଲରା କୁ ଭେଣ୍ଡି,ବାଇଗଣ

ଜହ୍ନି ଦିଏ ପୁଣି ତାଳ

କଙ୍କଡ଼ା ମାଛର ଝୋଳ

ଇଲିଶି ମାଛ ରେ ହାତ ମାରିଦେଲେ

ପାଟିରୁ ଗଡ଼ଇ ଲାଳ ।

ଝୋଟି ଆଉ ଚିତା ମୁରୁଜ ସାଙ୍ଗକୁ

ଘର କାମ ସବୁ କରେ

ଗ୍ରାଜୁଏଟ୍ ହୋଇ ମନରେ

କେବେ ସେ ଅଭିମାନ ନ କରେ ।

ରଙ୍ଗ ତାର କଳା ,ରୂପ ତାର କଳା

କଳା ନୁହେଁ ତାର ଗୁଣ

ରୂପ ରେ କି ଲାଭ

ଯଦି ଗୁଣରେ ରହିଲା ଖୁଣ

ରୂପ ଚାଲିଯାଏ ଶରୀର ସାଥୀରେ

ଅଢେ଼ଇ ଦିନର ଖେଳ

ଗୁଣର ମହକ ସର୍ବଦା ବିଦିତ

ରହେ ଯଶଃ କାଳ କାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy