STORYMIRROR

Akshaya kumar Rout

Classics Others

3  

Akshaya kumar Rout

Classics Others

ମାଆ ଓ ମମତା

ମାଆ ଓ ମମତା

1 min
189


ମା ଏକ ଶବ୍ଦରେ କାହାଣୀ

ଯେଉଁ କାହାଣୀର ଆଦି ଅଛି 

ହେଲେ ଅନ୍ତ ନାହିଁ

କାହାଣୀର ଆରମ୍ଭ କରିହୁଏ 

ହେଲେ,କେମିତି ଶେଷହେବ

କେଉଁଠି ଶେଷହେବ 

ମାଆର ବର୍ଣ୍ଣନା ଜାଣେନ ।

ମାଆର ମମତାରେ ବନ୍ଧା ସନ୍ତାନ

ମମତା ବିନା ମାଆର କଳ୍ପନା ସମ୍ଭବ କି !

ମାଆର ମମତାକୁ କିଏ କଳନା କରିବ

ଈଶ୍ୱର 

ଗୌତମ ବୁଦ୍ଧ, ମହାବୀର ଜୈନ 

ପୁରୁଷୋତ୍ତମ ରାମ ନା 

ମା'ର ମମତାରେ ବନ୍ଧା ଶ୍ରୀ କୃଷ୍ଣ !

ଯେଉଁମାନେ ମାଆ ଠୁ ଜନ୍ମିତ ।

ମାଆର ମମତାରେ ବନ୍ଧା ଏ ସଂସାର

ମାଆ ନିଜର ସନ୍ତାନ ପାଇଁ

ବାର ବ୍ରତ ତେର ଉପାସ ରଖେ

ନିଜ ସନ୍ତାନର ମଙ୍ଗଳ ପାଇଁ ଦୁନିଆ ସହିତ ଲଢ଼େ

ସନ୍ତାନ ଯେତେ ହତାଦର କଲେ ବି

ସେ ସନ୍ତାନକୁ କେବେ ପର କରି ପାରେନି

ସନ୍ତାନ ବିନା ମାଆର ଅସ୍ତିତ୍ବ ଅକଳ୍ପନୀୟ

ହେଲେ ସନ୍ତାନ ମାଆର ମମତାକୁ ଭୁଲି

ବୃଦ୍ଧାବସ୍ଥାରେ ଅସହାୟ ଭାବେ ଛାଡ଼ି ଦିଏ

ହେଲେ ମାଆ ତଥାପି ସନ୍ତାନର ଶୁଭ ମନାସେ ।


ଯାହାର ହୃଦୟ ଆକାଶ ଠୁ ବିଶାଳ

ସାଗର ଠୁ ଗଭୀର

ସନ୍ତାନର କଥା ଶୁଣିବା ପୂର୍ବରୁ 

ଜିଏ ମନ କଥା ଜାଣିପାରେ

ସେ କେବଳ ମା' ହିଁ ହୋଇପାରେ 

ତ୍ୟାଗ,ବଳିଦାନ ମମତାର 

ମୂର୍ତ୍ତିମନ୍ତ ପ୍ରତୀକ ହିଁ ମା

ନ ବୁଝିଥିବା ମଣିଷ ପାଇଁ 

ଯେତେ ବଡ଼ କାହାଣୀରେ 

ମାଆର ବର୍ଣ୍ଣନା ବି ମୂଲ୍ୟହୀନ

ଯିଏ ବୁଝୁଛି ତା ପାଇଁ 

ମାଆ' ଶବ୍ଦ ହିଁ ଯଥେଷ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics