STORYMIRROR

Akshaya kumar Rout

Classics Others

3  

Akshaya kumar Rout

Classics Others

ଆନନ୍ଦମୟ

ଆନନ୍ଦମୟ

1 min
194


କଁଅଳା ଶିଶୁର ଦରୋଟି ହସସଦ୍ୟ ପ୍ରସ୍ଫୁଟିତ ପୁଷ୍ପର ବାସରବି ଙ୍କ ସୁନେଲି କିରଣପକ୍ଷୀ ଶାବକ ଙ୍କ ଚିରିଂ ଚିରିଂ ଶବ୍ଦଅମାବାସ୍ୟା ପରେ ପହିଲି ଚାନ୍ଦ ଆହା ଆନନ୍ଦମୟ।


ସାରୁ ପତ୍ର ଉପରେଶିଶିର ବିନ୍ଦୁପୋଖରୀ ହୁଡ଼ାରେ କାଶତଣ୍ଡୀଶୀତ ସକାଳର ଖରାଆମ୍ବ ବଉଳର ଧାରାକୋଇଲିର ପଞ୍ଚମ ତାନମଳୟ ର ଶୀତଳ ବାଆବସନ୍ତ ରେ ବନାନୀ ର ଦୃଶ୍ୟଆଷାଢ଼ର ପ୍ରଥମ ବର୍ଷାମାଟିର ସୁଗନ୍ଧ ମହକେ ଆନନ୍ଦମୟ ।


ଅମା ଅନ୍ଧାରରେ ଖଦ୍ୟୋତିକା ରଟିମ୍ ଟିମ୍ ଆଲୋକ ଅମାବାସ୍ୟା ରେ ଟିମ୍ ଟିମ୍ ତାରା ଗଣପୂର୍ଣମୀ ଜହ୍ନର ତୋଫା କିରଣପ୍ରେମିକ ପ୍ରେମିକା ଙ୍କ ପ୍ରଥମ ମିଳନଆନନ୍ଦମୟ ।


ଚଉଠି ରାତିର ପ୍ରଥମ ଦେଖାମନରେ ଉତ୍କଣ୍ଠା ଭରେଚଉଠି ରାତିର ପ୍ରଥମ ଛୁଆଁମନକୁ ଉନ୍ମାଦ କରେପ୍ରଥମ ମାତୃତ୍ଵ ମନରେ ସରାଗ ଭରେଶିଶୁର ପ୍ରଥମ କାନ୍ଦ ରେମା ର ସମସ୍ତ ବ୍ୟଥା ବେଦନା ସରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics