ନିର୍ବାଚନ ନିଆଁ
ନିର୍ବାଚନ ନିଆଁ
ନିର୍ବାଚନ ନିଆଁ
ନିର୍ବାଚନ ନିଆଁ ସବୁଠି ଲାଗିଛି
ଗାଁ ଠୁ ସହର ଜଳେ
ଘର ଘର ବୁଲି ନେତା,ଚାମଚା
ନିଆଁରେ ଘିଅ ଢାଳେ ।
ହତାଯୋଡା ବେଶ ଦେଖିଥା ଭାଇରେ
ମିଳିବନି ଆଉ କେବେ
ସେବକ ସାଜନ୍ତି ନିର୍ବାଚନ ଯାଏ
ଜିତିଗଲେ ରାଜା ରାଣୀ ହୋଇଯିବେ
ହୁକୁମ କରିବେ ସିଂହାସନେ ବସି
ଜନତାଙ୍କୁ ଧୂଆଁ ଦେବେ ।
ନାଲି ପାଣି ଏଠି ବୁଷ୍ଟର ଡୋଜ
ସକାଳେ ସଞ୍ଜରେ ମିଳେ
ଦୟାବନ୍ତ ଏମିତି ସାଜନ୍ତି
ସତେ ଦାନବୀର ହରିଶ୍ଚନ୍ଦ୍ରଙ୍କୁ ପଛରେ ପକାଇଦେବେ ।
ନୋଟ୍ ପଛରେ ଭୋଟ ଦୌଡେ
ବିକାଶ ମାରଇ ଡ଼ିଆଁ
ଗାଁ ରାସ୍ତା ସବୁ ଗୋହିରି ହେଲାଣି
ତଥାପି ହେଜୁନୁ କିଆଁ ।
ଗୋଟାଏ ଦିନର ଚାନ୍ଦିନୀ ରାତିରେ
ଅନ୍ଧାର ଯିବନି ଭାଇ
ହୁଅନି ଉନ୍ମତ୍ତ ତୁହି
ପାଞ୍ଚ ବର୍ଷ ଯାଏ ବୋବାଳି ଛାଡ଼ିବୁ
ପରତେ ନଜିବେ କେହି ।