ଯୌବନ ଜୁଆର
ଯୌବନ ଜୁଆର
ଯୌବନ ଜୁଆର ଭାରି ଅମାନିଆ
ମାନେ ନାହିଁ ବନ୍ଧ ବାଡ଼କେବେ
ସେ ଆସି କେବେ ଚାଲିଯାଏ
ପ୍ରତୀକ୍ଷା କରେନି କାର
ଜୀବନ ଯମୁନା ତୀରେକେବେ
ପୁଣି ହସ କେବ ପୁଣି
ରୋଷବିଧାତା ଖେଳୁଛି ଖେଳ ।
ଯୌବନ କାଳର ମେଘୁଆ ଜାଡ଼ରେ
ଦେହରେ ନିଆଁ ହୂତୁ ହୁତୁ ହୋଇ ଜଳେ
ଯଉବନ ବେଳେ ଘୋର ନିଦାଘ ରେ
ଝାଞ୍ଜି ଖରା ବିଶୀତଳ ବାଆ ପରି ଲାଗେ
ମଳୟ ଛୁଆଁ ରେ ପୀରତି ପୀୟୂଷ
ବାରିଧରା ପରି ଝରେଜହ୍ନ ଯୋଛନା ର
ପୀରତି ଖେଳରେକଇଁ ଆଖି ଠାର ମାରେ ।
ବରଷ କେ ଥରେ ଆସଇ
ଶ୍ରାବଣଆସଇ ଫଗୁଣ , ମଳୟଫୁଲ ଫୁଟି,
ଫୁଲ ଝରି ଯାଏ ବନେବନ,
ମନ କେବେ ଉଣା ନକରେ
ଏଇତ ବିଧିର ବିଧାନ
ଯଉବନ ଥରେ ଚାଲିଗଲେ
ଫେରି ଆସେ ନାହିଁ କେବେ
ବିରହ ମନର ବିରହ କାହାଣୀ
ପ୍ରତୀକ୍ଷା ରେ ଝୁରି ମରେ ।
ହେଉ ପଛେ ଏ ଜୀବନ ମୋ
ଛୋଟରହି ଥାଉ
ଏ ଯୌବନ ଯଉବନ ବିନା ଜୀବନର
ମୂଲ୍ୟ ଯେହ୍ନେ ରାତ୍ରି ବିନା ସପନକି
ଲାଭ ରହିକି ଜୀବନ
ଜାରା ନ ଆସୁଣୁ ଚାଲି ଯାଉ ଏ ଜୀବନ ।