STORYMIRROR

Akshaya kumar Rout

Fantasy

3  

Akshaya kumar Rout

Fantasy

ହାଟ

ହାଟ

1 min
194


ମୁଣ୍ଡର କେଶ ସବୁ ଝୋଟ ପାଲଟି ଗଲାଣି

ଧଳା ଦାଢ଼ି ସବୁ ଚିକ୍ ଚିକ୍ କରୁଛି

ଧଳା ରଙ୍ଗର ଧୋତି ବେରଙ୍ଗ ପ୍ରତୀତ ହେଉଥାଏ

କାନ୍ଧରେ ମଇଳା ଗାମୁଛା

ହାଟର ଶେଷ ମୁଣ୍ଡରେ 

ଗୋଟେ ପୁରୁଣା ବ୍ୟାଗ ଉପରେ 

କେତୋଟି ଶାଗ ବିଡା ବିଛାଇ ବସିଥିବା 

ସେଇ ବୃଦ୍ଧ ଜଣକ ଚାହିଁ ରହିଥାଏ 

ଗରାଖ ଙ୍କ ଯିବା ଆସିବା ବାଟକୁ

ଜଣେ କେହି ତା ପାଖରେ ଅଟକି ଗଲେ

ତତ୍ପର ହୋଇଉଠେ ସେ

କାଳେ ବାବୁ ଜଣକ ଶାଗ ବିଡ଼ାଏ ନେବେ କି !

କିଏ ଦାମ୍ ପଚାରି ଚାଲିଯାଏ

କିଏ ଟଙ୍କା ପାଞ୍ଚ ଟା ଦେଇ ଶାଗ ବିଡ଼ାଏ ନିଏ

କିଛି ଲୋକେ ଫୁସୁରଫାସର ହୁଅନ୍ତି

"ଏ ବୁଢ଼ା ବୟସରେ ବି ଲୋଭ 

ମଶାଣିକୁ ନେଇ ଯିବ ବୋଧେ ! "

କିଏ ପୁଣି ବୃଦ୍ଧଙ୍କ ପ୍ରତି ସମବେଦନା ପ୍ରକଟ କରନ୍ତି

"ବୋଧହୁଏ ଘର ପରିସ୍ଥିତି ଖରାପ ଥାଇପାରେ "

କାହା କଥାକୁ ଦେହରେ ନିଏ ନି ସେ

ମଶାଣି ନଯିବା ଯାଏ 

ପେଟର ଜ୍ୱାଳା କଣ ସରେ କି

ଆସିବା ଟା ସିନା ଅନୁମାନ କରିହୁଏ

ହେଲେ ଜିବା କାହା ହାତରେ ଥାଏ କି !

କେତେବେଳେ ବି ଡାକରା ଆସିପାରେ

ଆରପାରିରୁ

ସେ ଯାଏ ବଞ୍ଚିବାକୁ ତ ପଡ଼ିବ

ଆଗମନ ସର୍ବଦା ଆନନ୍ଦଦାୟକ 

ହେଲେ ପ୍ରସ୍ଥାନ !

ନୂଆ ଅତିଥି ଟିଏ ଘରକୁ ଆସିଲେ 

ସଭିଏଁ ହସ ଖୁସିରେ ପାଗଳ ହୋଇଯାଆନ୍ତି

ହେଲେ ଯିଏ ସତୁରୀ ବର୍ଷରୁ ଘରେ ଅଛି 

ତାକୁ ସମସ୍ତେ ଭୁଲି ଜାଆନ୍ତି

ଏ ସବୁ ତାର ଦିହ ଘଷା ହୋଇଗଲାଣି

ସେ କେବେ ମନ ଦୁଃଖ କରେନି

ନିଜର କର୍ମ ଫଳ ଭାବି 

ମନକୁ ବୁଝାଇଦିଏ

ପତ୍ନୀ ଥିଲା ବେଳେ ରାଣ ଦେଇଥିଲା

ପୁଅ ବୋହୂଙ୍କୁ ଏକୁଟିଆ ନ ଛାଡ଼ିବାକୁ

ହେଲେ ଆଜି ପୁଅ ବୋହୂ ତା ଠୁ ଅନେକ ଦୂରରେ

ଆଜିକାଲି ଗାଁ ରେ କିଏ ରହିବାକୁ ଚାହୁଁଛି !

ସମସ୍ତେ ସହର ମୁହାଁ 

କେଇଟା ପାଚିଲା ବୃଦ୍ଧ ବୃଦ୍ଧା ପଡ଼ି ରହିଛନ୍ତି 

କର୍ମ କୁ ଆଦରି

ମରିବା ପୂର୍ବରୁ ପତ୍ନୀ କହି ଯାଇଥିଲା

ତା ଶବ କୁ ବାଡ଼ି ପଟେ ସମାଧି ଦେବାକୁ

ହେଲେ ପୁଅ ବୋହୂ ମନା କଲେ

ତାଙ୍କୁ କାଳେ ଡର ଲାଗିବ 

ବୋଉ କୁ ପୁଣି ଡର !

ଜୀବନ ରେ ଅବଶୋଷ ରହିଗଲା

ପତ୍ନୀ ର କଥା ରଖି ପାରିଲାନି

ତା ବୟସର ସମସ୍ତେ ଚାଲିଗଲେଣି

ଏ ଥର ତାର ପାଳି 

ଜୀବନ ରାସ୍ତାର ଶେଷ ଯାଏ 

ଏମିତି ଚାଲିବାକୁ ତ ହେବ 

ଏକା ଏକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy