ଥିଲା ମୋର ଗୋଟେ ଶାଳୀ
ଥିଲା ମୋର ଗୋଟେ ଶାଳୀ
ଥିଲା ମୋର ଗୋଟେ ଶାଳୀ
ଦେଖିବାକୁ ଟିକେ କାଳି
ହସିଦେଲେ ସେ ମୁକୁତା ଝରଇ
କଥା କହେ ଭଳି ଭଳି ।
ନାଆଁ ଟି ମଉନାବତୀ
ଚବିଶି ଘଣ୍ଟିଆ ଚ୍ୟାନେଲ୍ ପରି
ସେଯାଏ ନାହିଁ କେବେ ଥକି ।
ପିଠା ପଣା ଆଉ ଶାଗ ଶାଗୁଆତିବଡ଼ି
ବାଇଗଣ ଝୋଳ ଗୋଟା କଲରାକୁ ଭେଣ୍ଡି,
ବାଇଗଣଜହ୍ନି ଦିଏ ପୁଣି
ତାଳକଙ୍କଡ଼ା ମାଛର ଝୋଳଇଲିଶି
ମାଛରେ ହାତ ମାରିଦେଲେପାଟିରୁ ଗଡ଼ଇ ଲାଳ ।
ଝୋଟି ଆଉ ଚିତା ମୁରୁଜ ସାଙ୍ଗକୁ
ଘର କାମ ଯେତେ କରେ
ଗ୍ରାଜୁଏଟ୍ ହୋଇ ମନରେ କେବେ ସେ
ଅଭିମାନ ନ କରେ।
ରଙ୍ଗ ତାର କଳା ,ରୂପ ତାର କଳାକଳା
ନୁହେଁ ତାର ଗୁଣରୂପରେ କି ଲାଭ ଯଦି ଗୁଣରେ ରହିଲା ଖୁଣରୂପ ଚାଲିଯାଏ ଶରୀର ସାଥୀରେ
ଅଢେ଼ଇ ଦିନର ଖେଳ ଗୁଣର ମହକ
ସର୍ବଦା ବିଦିତ ରହେ ଯଶଃ କାଳ କାଳ ।