STORYMIRROR

Akshaya kumar Rout

Classics

3  

Akshaya kumar Rout

Classics

ପିତା

ପିତା

1 min
175


ମହାଦ୍ରୁମ ଯେମିତି ଖରା ,ବର୍ଷା ,ଶୀତ ,

ଝଡ ତୋଫାନକୁ ଖାତିର ନକରି

ଛାତିକୁ ଦମ୍ଭ କରି ଠିଆ ହୋଇଥାଏ

ନିଜ ଡାଳରେ,କୋରଡରେ ବୃକ୍ଷ ମୂଳେ

ଆଶ୍ରୟ ନେଇଥିବା ପକ୍ଷୀମାନଙ୍କ ପାଇଁ, 

ଠିକ୍ ସେମିତି

ପିତା ପରିବାର ଓ ସନ୍ତାନ ପାଇଁ 

ମହାଦ୍ରୁମ ସଦୃଶ ଠିଆ ହୋଇଥାଏ 

ସୁଖରେ, ଦୁଃଖରେ

ମହାଦ୍ରୁମ ଭଳି ସମସ୍ତ ଦୁଃଖ କଷ୍ଟକୁ 

ନିଜ ଭିତରେ କବର ଦେଇ

ବୃଦ୍ଧାବସ୍ଥାରେ,ନିଜେ ଚାଲି ପାରୁନଥିଲେ ମଧ୍ୟ 

ସନ୍ତାନର ସୁଖ ଦୁଃଖ ହାନି ଲାଭ,ଭଲ ମନ୍ଦରେ

ସହଯୋଗ କରିବାକୁ ତତ୍ପର ହେଉଥିବା ବ୍ୟକ୍ତି ହିଁ ପିତା ।


ସନ୍ତାନକୁ ନାଲିଆଖି ଦେଖାଇ ଆକଟ କରିବା

ସେଇ ଆକଟ ଭିତରେ 

ସନ୍ତାନର ଶୁଭ ମନାସୁଥିବା ବ୍ୟକ୍ତିହିଁ ପିତା

ପର୍ବ ପର୍ବାଣିରେ ସମସ୍ତ ପରିବାରକୁ ନୂତନ

ବସ୍ତ୍ରରେ ସଜାଇ,

ନିଜେ ପୁରୁଣା ବସ୍ତ୍ରରେ 

ଦିନ ବିତାଉଥିବା ବ୍ୟକ୍ତିହିଁ ପିତା

ହୃଦୟର ପୀଡାକୁ ଚାପିରଖି 

ଓଠରେ ଯିଏ ସ୍ମିତହାସ୍ୟ ଟାଣେ ସେ ହିଁ ପିତା

ନିଜର ଆବଶ୍ୟକତାକୁ ଭୂଲି 

ଯିଏ ସନ୍ତାନର ଖୁସିକୁ ସର୍ବୋପରି ଦେଖେ 

ସେହିଁ ପିତା

ନିଜର ସ୍ବପ୍ନକୁ ଭୂଲି ସନ୍ତାନର ସ୍ୱପ୍ନରେ 

ଯେ ଜିଁଏ,ସେହିଁ ପିତା

ସନ୍ତାନ ପାଇଁ ରାଜ ଉଆସ ତିଆରି କରି

ବୃଦ୍ଧାଶ୍ରମରେ ଯିଏ ସନ୍ତାନ ପାଇଁ 

ଶୁଭ ମନାସେ ସେହିଁ ପିତା

ପିତାର ହୃଦୟ ସାଗରଠୁ ଗଭୀର,ବିଶାଳ

ପିତାର ଭାବନା ଆକାଶଠୁ ପ୍ରଶସ୍ତ

ତାର ରୁଗ୍ଣ ଶରୀରରେ ଥାଏ

ଅସୀମ ସାହସ ଓ ଧର୍ଯ୍ୟ

ପିତା କେବଳ ଏକ ଶବ୍ଦ କିମ୍ବା ସମ୍ପର୍କ ନୁହେଁ

ପିତା ଏକ ବିଚାରଧାରା

ପିତା କେବଳ ହାଡ ମାଂସର ମଣିଷ ନୁହେଁ,

ସେ ସଷ୍ଟିକର୍ତ୍ତା

ପିତା ଶିକ୍ଷା ଦିଏ ,ସଂସ୍କାର ଦିଏ

ପିତା ଜ୍ଞାନ ଦିଏ ,ସାହସ ଦିଏ

ସବଳ ବିରୁଦ୍ଧରେ,

ଅନ୍ୟାୟ ବିରୁଦ୍ଧରେ ଲଢିବା ଶିଖାଏ

ପିତା କେବଳ ସ୍ଵପ୍ନ ଦେଖାଏ ନାହିଁ

ସ୍ଵପ୍ନକୁ ସାକାର କରିବା ପାଇଁ ସେ ସବୁ କିଛି କରିପାରେ

ପିତା ଈଶ୍ଵରଙ୍କ ଅବତାର ନୁହେଁ

ପିତା ହିଁ ଚଳନ୍ତି ଇଶ୍ଵର ....... ।



Rate this content
Log in

Similar oriya poem from Classics