STORYMIRROR

Bhabagrahi Mahapatra

Comedy

3  

Bhabagrahi Mahapatra

Comedy

ବେଶୀ

ବେଶୀ

1 min
178

ଗୁଣ ଥିଲେ ସିନା କାନ୍ଦୁଥିଲେ କେବେ ଏବେ ଗୁଣହୀନ ଲାଗି କାନ୍ଦୁ ବେଶୀ,

ଗୋଛା ଗୋଛା କେଶ ଖୋଲାକରି ବୁଲୁ ଆମେ ଅଡ଼ୁଆ କଥାକୁ ବାନ୍ଧୁ ବେଶୀ ।୦।


ଯେ ଦେଇପାରିଲା, ସିଏ ଭଲ ହେଲା,

ଗୋଡ଼ାଣିଆଙ୍କର ନିତି ଠିଆପାଲା ।

ନିଜ ଶିଙ୍ଗେ ଯିଏ ମାଟିତାଡ଼ି ଉଠେ ସବୁ ତାକୁ ପଛୁ ଝିଙ୍କି ନିନ୍ଦୁ ବେଶୀ ।୧।


ବଳଦକୁ ବାନ୍ଧି କପଟେ ଗୁହାଳେ,

ବେଙ୍ଗଳାରେ ଯାଇ ଛେଳି ଧାନ ଦଳେ ।

ନିଷ୍କପଟ ହୁଏ ସମାଜୁ ବାଛନ୍ଦ ହେଲେ ବତୀପେଲାଙ୍କର ବନ୍ଧୁ ବେଶୀ ।୨।


ବିନା ଡାକରାରେ ବହୁତ ଆସନ୍ତି,

ନ ପଚାରିଲେ ବି ସ୍ୱଗୁଣ ଭାଷନ୍ତି।

ପାଇଲା ବେଳକୁ ବାରହାତେ ନେଉ ମାତ୍ର ଦେବାକୁ ଖସାଉ କାନ୍ଧୁ ବେଶୀ ।୩।


ଲେଖି ନ ଜାଣି ବି ପୁରସ୍କୃତ କବି,

କା' ସେବା ନ କରି ବଡ଼ ସ୍ବେଚ୍ଛାସେବୀ ।

ଖଡ଼ା ଶିଝିବନି ହାତେ ସିନା କେବେ ଆମେ ପର ଚରଚାକୁ ରାନ୍ଧୁ ବେଶୀ ।୪।


କେବେ ତ ଆପଣା ହୋଇନୁ କାହାର,

ସବୁ କାମେ କିନ୍ତୁ ଲଗାଉ ମୋହର ।

ଲଜ୍ଜ୍ୟା ଢାଙ୍କିବାକୁ ବସ୍ତ୍ର ସିନା ଲୋଡ଼ା ଆମେ ଲାଜ ଦିଶିବାକୁ ପିନ୍ଧୁ ବେଶୀ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhabagrahi Mahapatra

Similar oriya poem from Comedy