STORYMIRROR

Kabiratna Nutan Kumar Behera

Comedy Fantasy

3  

Kabiratna Nutan Kumar Behera

Comedy Fantasy

ସତ କହିଲେ ଛାତି ଫାଟେ

ସତ କହିଲେ ଛାତି ଫାଟେ

1 min
137


କିଏ ଦେଖୁଛି କଣ ଲେଖା ଅଛି

କାହାର ଲଲାଟେ

ଖାଇବା ପାଇଁ କିଏ ଏଠି

ଦିନରାତି ଖଟେ,

କିଏ ଓୟେସ୍ କରି

ଶୋଇଥାଏ ଖାଇ ପେଟେ

କାହାକୁ କହିବା ଡର

ସତ କହିଲେ ଛାତି ଫାଟେ।

ନେଇ ଆଣି ଧୋଇ ପାରୁଛି ଯିଏ

ଚାଲିଛି ବାଟେ ବାଟେ

ଯିଏ ନ ପାରୁଛି କରି କିଛି

ବସି ଖାଲି ତଣ୍ଟି ଫଟାଇ କୁହାଟେ,

ଦେବା ନେବାର ଖେଳ ଖେଳି

କାହାର ରଙ୍ଗ ଚହଟେ

ପୁଣି କାହାର ରଙ୍ଗ ଛାଡି ବେରଙ୍ଗ

ଛଟପଟ ହୁଏ ପଢି ସଂକଟେ

କାହାକୁ କହିବାକୁ ଡର

ସତ କହିଲେ ଛାତି ଫାଟେ।

ଶୋଷ ମେଣ୍ଟାଇବାକୁ ପାଣି ଟୋପେ

ନାହିଁ କାହା ନିକଟେ

କିଏ ବୋତଲ ବୋତଲ ମଦ ପିଇ

ଦରାଣ୍ଡୁ ଥାଏ ଯେମିତି ଷଣ୍ଢଟେ,

କିଏ ଲାଞ୍ଚ ମିଛରେ ବୁଡି

ଦେଖାଇ ହୁଏ କେଡେ ସଚ୍ଚୋଟଟେ

କିଏ ସାଧୁ ସନ୍ନ୍ୟାସୀ ହୋଇ

ଝୁଲା ଭରିବାକୁ ପ୍ରବଚନ ଦିଏ  

କହି ଏକ ଆତ୍ମା ସବୁରି ଘଟେ

କାହାକୁ କହିବାକୁ ଡର 

ସତ କହିଲେ ଛାତି ଫାଟେ।

ନିଜର ସୁବିଧା ଦେଖି

ଜଣେ ଜଣକ ସାଥୀରେ ପଟେ

ସ୍ବାର୍ଥ ହାସଲ ହେଲା ପରେ

ସୁବିଧା ଦେଖି ଚିତା କାଟେ,

ସଲା ସୁତୁରାରେ ବାଘ ଛେଳି

ପାଣି ପିଅନ୍ତି ଏକ ଘାଟେ

କାହାକୁ କହିବାକୁ ଡର

ସତ କହିଲେ ଛାତି ଫାଟେ।

ଯାହାକୁ ଯାହା କହିଲେ

ବୁଝେନା ଜମାରୁ ମୋଟେ

ନିଜ ଜିଦ୍ ରେ ଅଟଳ ରହି

ଇୟାର ତାର ପଛ ଚିମୁଟେ,

ଯିଏ ଯାଏ ଯେଉଁ ବାଟେ

କେବେ ସେ ଆଉ ନ ଲେଉଟେ

କାହାକୁ କହିବାକୁ ଡର

ସତ କହିଲେ ଛାତି ଫାଟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy