STORYMIRROR

Jayashree Das

Comedy

3  

Jayashree Das

Comedy

ସର୍ବଗିଳା ହୁତାଶନ

ସର୍ବଗିଳା ହୁତାଶନ

1 min
233

ପକା କମଳ ଆରେ ପୋତଛତା

  କହିବି ଅବୋଲକରା

   ସର୍ବଗିଳାର କଥା !


ସର୍ବଗିଳା ହୁତାଶନ ପ୍ରସଙ୍ଗ ଜାଣ

  ଶୁଣିବୁ ଅବୋଲକରା

   ନୂଆ ପୁରାଣ !!


ସାରା ଦେଶ ରାଜ୍ୟ ସବୁ ଦୁର୍ନୀତିଗ୍ରସ୍ତ

  ସର୍ବଗିଳାମାନଙ୍କର

   ଚାଲେ ରାଜତ୍ୱ !!


ଗରୀବ ମାଇପ ଏଠି ସବୁରି ଶାଳୀ

 ଧନୀକ ଶ୍ରେଣୀର ଲୋକ

  ଜାଳେ ଦୀପାଳି !!


ତେଲିଆ ମୁଣ୍ଡରେ ତେଲ ଢଳା ହୁଅଇ

  ମଣିଷ ପଣିଆ ଆଉ

   ନାହିଁରେ ଭାଇ!!


ଅନୀତି ଦୁର୍ନୀତି ଚକା ପାରିବସିଛି

  ଗରୀବ ବାପୁଡ଼ା ସବୁ

   ଖାଲି ଦେଖୁଛି !!


ସବୁ ଗିଳି ସର୍ବଗିଳା ପେଟ ବଢ଼ାନ୍ତି

  ଭୋକ ଉପାସରେ

   ଦୁଃଖି ରଙ୍କି ମରନ୍ତି !!


ଶିକ୍ଷା କ୍ଷେତ୍ର ସ୍ୱାସ୍ଥ୍ୟ କ୍ଷେତ୍ର ଆଉ ସବୁ କ୍ଷେତ୍ରେ

  ଦୁର୍ନୀତି ରହିଛି ପୁରି

   ପ୍ରତି ଛତ୍ରେ ଛତ୍ରେ !!


ରାଜନୀତି ତୋସାମତି କରୁଥାଇ ଯିଏ

 ଗରୀବ ଯୋଜନା ମାରି

   ପିଟି ଖାଉଥାଏ !!


 ଗରୀବର ନାଁ ସିନା ଧନୀକର ଗାଆଁ

  ସବୁ ଗ୍ରାସ କରିବାକୁ

   କରିଛନ୍ତି ପରା ଆଁ !!


ଅଗ୍ନି ଯେସନେ ସର୍ବଖାଏ

 ସର୍ବଗିଳା ହୁତାଶନ 

  ଯେ ସେହି ପ୍ରାୟେ !!


ଆହାରେ ଭଲମନ୍ଦ ନାହିଁ

 ଯେଉଁ ବିଭାଗୁ ଯାହା ମିଳଇ

  ଖାଇଥlନ୍ତି ସେ ରଙ୍କ ହୋଇ !!


ଆପେ ବଞ୍ଚିଲେ ବାପାର ନାଁ

 ସବୁ ଯୋଜନାକୁ ଚଳୁ କରିଥାନ୍ତି

  କାହାକଥା ଆଉ ଭାବିବେ କିଆଁ !!


ଲାଞ୍ଚରେ ଚାଲିଛି ଏହି ଦୁନିଆ

 କଳୁଷିତ ହେଲା ରାଇଜଟା ସାରା 

 ଗରୀବ ପେଟରେ ଭୋକର ନିଆଁ !!


ମଣିଷତ୍ୱ ପରା ଗଲାଣି ହଜି

 କାହାକଥା ଆଉ କିଏ ବା ଭାବୁଛି

  ନିଜ କଥା ହେଉଥାଏ ସେ ଭଜି !!


ଗରୀବ ଆଖିର ଲୁହର ଧାର

 ବହିଯାଏ ହୋଇ ସାତ ସାଗର

  କିଏ ବା କରିବ ତାକୁ ନିଜର ?


ବାଡ଼ ଏଠି ପରା ଫସଲ ଖାଏ

 ବଡ଼ ବଡ଼ିଆଙ୍କ ରାଜୁତି ଇଏ

 କାହା ଜିଭେ ହାଡ଼ଅଛି କହିବ କିଏ?


ଅବଲୋକରାରେ ଆଜି ଶୁଣିଲୁ ତୁହି

 ସର୍ବଗିଳା ହୁତାଶନ ଶୀର୍ଷକ ଏହି

କାହା ଆଗେ ଲଜ୍ୟା କଥା କହିବୁ ନାହିଁ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy