STORYMIRROR

Nrusingha Narayan Tripathy

Comedy Inspirational Others

3  

Nrusingha Narayan Tripathy

Comedy Inspirational Others

ଚିକେନ ଭୋଅଟ

ଚିକେନ ଭୋଅଟ

1 min
212


ଗଣିତ ଶ୍ରେଣୀରେ   ପିଲାଙ୍କ ସାଥିରେ

     ହସିକି ମୁଇଁ ପଚାରେ

ଅଭ୍ୟାସ କାର୍ଯ୍ୟକୁ  ଇଛା ଦେଖିବାକୁ

     ଆଣିକି ଟିକେ ଦେଖାରେ ll


ହସିଲେ ପିଲାଏ   ପାଠ ନ ଦେଖାଏ

    ପୋଷ୍ଟର ମାରୁ ଛାତରେ

ଦିନକୁ ତିନିଶ    ଚିକେନର ମାଂସ

     ପାଠକୁ କିଏ ପଚାରେ ll


ଶୁଣି ଆଚମ୍ବିତ     ଆଶ୍ଚର୍ଯ୍ୟ ଚକିତ

     କି ପୋଷ୍ଟରକୁ ମାରରେ

ଶଙ୍ଖ ପଦ୍ମ ହାତ   ପୋଷ୍ଟରକୁ ସେତ

    ରାତିରେ ଆମେ ଟାଙ୍ଗୁରେ ll


ବାପା ବୋଉ ତୁମ    ଜାଣନ୍ତି ଏକାମ

      କଣ କିଛି କହନ୍ତିରେ 

ମୋର ବାପା ପରା   ପଂଚାୟତ ସାରା

     ଅଛନ୍ତି ମାଲ ବଣ୍ଟାରେ ll


ବୟସ ତୁମର     ପାଠ ପଢ଼ିବାର

     ଏ ସବୁ କଣ ପାଇଁରେ

ଜ୍ୟୋତି, ଭିକି, ବୀର,  ଦିଅନ୍ତି ଉତ୍ତର

     ସବୁ ଖେଳ ପଇସାରେ ll


ପୁଅ ଡାକ୍ତରର     ଝିଅ ଓକିଲର

    ଦେଖିଛ ପୋଷ୍ଟ ଉଡାରେ

ନାହିଁ ସାରେ କହି   ମୌନରେ ରହି

    ଉତ୍ତର ଦେଲେ ଆସ୍ତେରେ ll


ବାପା ମାଆ ତୋର   ନୁହେଁ ଶିକ୍ଷିତର

    ଗ୍ରାମେ ରାଜନୀତି କରେ

କେଉଁ ଅଫିସର    ରହି ଗ୍ରାମେ ତୋର

    ନେତା ଜିନ୍ଦାବାଦ କରେ ll


କାହା ଆଦର୍ଶରେ    ଦେଖି ଶିଖିବରେ

    ଚିନ୍ତା କର ଟିକେ ବାରେ ll

ବାପାଙ୍କ ଶିକ୍ଷାରେ    ରହି ଅଶିକ୍ଷାରେ

     ସଦା ମୁରଖ ହେବରେ ll


ଭୋଟ କଣକିରେ     ଜାଣିଛୁ କହରେ

    ମଦକୁ ମାଂସ ଝୋଳରେ

ଅଷ୍ଟମ ଶ୍ରେଣୀରେ    ଶିଖିକି କୁହରେ

     ଟଙ୍କାଯେ ମିଳେ ଭୋଟରେ ll


ଶୁଣି ସବୁ କଥା   ମନ ହେଲା ବ୍ୟଥା

   ଧନ୍ୟଯେ ଦେଶ ନେତାରେ

ଅଶିକ୍ଷା ପ୍ରସାର   କାମଯେ ତୁମର

   ହେବାକୁ ନେତା ଚିନ୍ତାରେ ll


ଆଉ କେତେଦିନ    ପରେ ଜାଗରଣ

    ହୋଇବା ସଚେତନରେ 

ଶିକ୍ଷା ବଦଳରେ    ମୂର୍ଖ ତାଲିକାରେ

     ଏପରି ରହିଥିବାରେ ll


ଦେଶର ହିତରେ   ନିସ୍ଵାର୍ଥପରରେ

    ସେବକକୁ ବାଛିବାରେ

ଉଦ୍ଦେଶ୍ୟ ଭୋଟର   ପ୍ରାର୍ଥୀ ଚୟନର

     ଲୋକ ସେବା କରିବାରେ ll


ଦେଇ ପଇସାରେ   ଭୋଟ ନେବାରେ

    ନିଜର ସେବା ସ୍ୱାର୍ଥରେ

ମନ ନିରନ୍ତର    ଶୋଷଣ ଧନର

    ଦେଶକୁ ଯେ ଖୋଳକରେ ll


ପଇସା ନେଇକି     ଭୋଟ ଯେ ଦିଅଇ

     ଦେଶ ପାଇଁ କଳଙ୍କରେ

ଏବେଠୁ ବୁଝିଲେ    ସାବାଳକ ହେଲେ

    ଭଲ ନେତା ବାଛିବରେ ll


ମୋ ଶିକ୍ଷା ଦାନର    ସଂକ୍ଷିପ୍ତ ଅଂଶର

     ଦୃଶ୍ୟଯେ ବୁଝାଇବାରେ 

ଆମ ରାଜନୀତି    ହେଲେ ସତ୍ୟ ପ୍ରୀତି

      ଆଗେଇ ଦେଶ ଯିବରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy