STORYMIRROR

Kunja Bihari Dalai

Comedy

3  

Kunja Bihari Dalai

Comedy

ପର ଧନରେ ଦାବି

ପର ଧନରେ ଦାବି

1 min
173


ମନ୍ଦିର ପ୍ରାଙ୍ଗଣେ ଭିକାରିଟେ ବସି

ମାଗୁଥାଏ ନିତି ଭିକ 

ଯୁବକଟି ଯେବେ ଯାଏ ମନ୍ଦିରକୁ

ଦିଏ ଶହେ ଟଙ୍କା ଏକ।


ଏକ ବର୍ଷ ପରେ ଶହେ ବଦଳରେ

ଦେଉଛି ଯେବେ ପଚାଶ 

କହୁଛି ଭିକାରି ଅଧା ଦେଇ କିଆଁ

କରୁଛ ମୋତେ ହତାସ ?


ବିଭା ହୋଇଗଲି ପରିବାର ଖର୍ଚ୍ଚ

ଅଧିକ ହୁଏ ମୋ ଏବେ 

ପୁଣି ସେ ଯୁବକ ଆଉ ବର୍ଷେ ପରେ

ଟଙ୍କା ଦଶ ଦିଏ ଯେବେ।


ଭିକ୍ଷୁକର ପ୍ରଶ୍ନ ସତ କୁହ ଭାଇ

କିପାଇଁ ଦେଉଛ ଦଶ 

ବିନୟେ ଯୁବକ କହେ ପୁଅଟିଏ

ହୋଇଅଛି ଗଲା ମାସ।


କ୍ରୋଧେ ଜର୍ଜରିତ ହୋଇ ସେ ଭିକ୍ଷୁକ

ପଚାରୁଛି ଯୁବକକୁ 

ମୋ ଟଙ୍କାରେ ତୁମ ଘର ଚଳାଉଛ

ଲାଜ ଲାଗୁନି ତୁମକୁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy