STORYMIRROR

Chinmaya Kumar Nayak

Abstract Comedy

3  

Chinmaya Kumar Nayak

Abstract Comedy

ଭୋଟ ପ୍ରଚାର

ଭୋଟ ପ୍ରଚାର

1 min
144


କେଉଁଠି ଶୁଭୁଛି ଗୁଆ ଘିଅ ଗୀତ

କେଉଁଠି କାଚା ବାଦାମ୍,

ନେତାଙ୍କ ପ୍ରଚାର ଏମିତିକା ଦେଖି

ଭୋଟର ଫୁଲ ବେଦମ୍। 

ଚାଲେ କି ଭେଳିକି ଦେଖ,

ଶିଖିନାହଁ ଯଦି ଅଭିନୟ କେବେ

ଆସ ପ୍ରାର୍ଥୀଙ୍କ ଠାରୁ ଶିଖ।। 


କିଏ କହେ ମୋତେ ଭୋଟ୍ ଦେଇ ଦେଖ

ନେବି ମୁଁ ପ୍ରଗତି ପଥେ,

ଜନ୍ମ ଠାରୁ ସମଶାନ ଯାଏଁ ସଦା

ରହିଥିବି ତୁମ ସାଥେ। 

କେତେ ଦେଖୁଥିବ ଦେଖ,

ଶିଖିବାର ଅଛି ଡାହା ମିଛ ଯଦି

ଆସ ଏ ଭୋଟ ବେଳାରେ ଶିଖ।। 


ଶାସକ ଦଳିଆ ଫୁଲ୍ ଦମ୍ ରେ 

ଲାଗିଛନ୍ତି ପ୍ରଚାରରେ,

ବିରୋଧୀ ପଛରୁ ଗୋଡ଼ ଭିଡ଼ି ତାଙ୍କ

ପକାନ୍ତି ପୁଣି ଖାଲରେ। 

ନ ଦେଖିଲା ଲୋକେ ଦେଖ,

ହାତ ଯୋଡ଼ି ଆଜି ହାତ ପାତେ ଯିଏ

(କାଲି) ନ ପାଇବ ତାର ଭେଟ।। 


କିଏ ଗୀତ ଗାଇ କରୁଛି ପ୍ରଚାର

କିଏ ଡାଇଲଗ ମାରେ

କିଏ ସେଲିବ୍ରିଟି ଆଗରେ ବସାଇ

ପଛରେ ଭାଷଣ ମାରେ

ନ ଦେଖିଛ ଯଦି ଦେଖ

ନିର୍ବାଚନ ନୁହେଁ ଜନ-ରଞ୍ଜନର

ନୂଆ ନୂଆ ଶୈଳୀ ଦେଖ। 


କା ଆଖିରୁ ଝରେ ଲୁହ ଝର ଝର

ଖାଲି ପାଦେ କେହି ଚାଲେ

ପଖାଳ କେ ଖାଏ ଭଙ୍ଗା କୁଡ଼ିଆରେ

ଚକା ମାରି ବସି ତଳେ,

ଆସ ହେ ଭୋଟର ଦେଖ

ମୂଷା ଧରିବାକୁ ଯନ୍ତା ବସିଅଛି

ପଡ଼ିଲେ ଜାଣ ମୁରୁଖ। 


ବର୍ଷ ବର୍ଷ ଧରି ଠକାମୀରେ ପଡ଼ି

ନ ଶିଖିଲ ଯଦି ତିଳେ,

ତାକୁ ବା କେ କୁହ ବଞ୍ଚାଇ ପାରିବ

ଯିଏ ନିଜ ଗାତ ନିଜେ ଖୋଳେ'

ରଖ ମହାପ୍ରଭୁ ରଖ,

ଗଣତନ୍ତ୍ର ବୋଲି ଡିଣ୍ଡିମ ବାଜୁଛି

(ହେଲେ) ଚାଲିଛି କି ଲୀଳା ଦେଖ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract