STORYMIRROR

Sambit Srikumar

Comedy Classics Inspirational

3  

Sambit Srikumar

Comedy Classics Inspirational

କ୍ଷମତା ମାଲ୍ୟର ମଧ୍ଯମଣି

କ୍ଷମତା ମାଲ୍ୟର ମଧ୍ଯମଣି

1 min
162

ମୁହିଁ ଯେ ଅଟଇ କ୍ଷମତା ମାଲ୍ୟର ମଧ୍ଯମଣି

କଥାରେ ମୋହର ବହେ ଅଦିନେ ଉଜାଣି। 


ନଜାଣି ନକହି ଓଡ଼ିଆ ମୁହିଁ ରାଜ୍ୟ ମୁଖିଆ 

ମୋ ପରି ଆଉ କିଏ ଅଛି ଏତେ ସୁଖିଆ। 


ସରଳ ଜୀବନ ଯାପନ ମୋହରି ଶୈଳୀ 

କାହାରି ସହିତ କେବେ କରେନି କଳି। 


ବିରୋଧୀଙ୍କ ପାଇଁ କେବେ କହନି କଟୁ କଥା 

ସଭିଙ୍କ ଠାରୁ ରଖେ କୌଶଳରେ ସମଦୂରତା।


ରାଇଜ ବାସୀଙ୍କ ପାଇଁ ସଦା ମୋହରି ଚିନ୍ତା 

ତାହାଙ୍କ ଲାଗି ଆଜି ହୋଇଛି ଟାଣୁଆ ନେତା। 


ସାରା ଦେଶରେ ମୁହିଁ ଅଟେ ଏକ ନମ୍ବର 

ଜିତୁଥାଏ କେତେ ପୁରସ୍କାର ବାରକୁ ବାର। 


ଜନ୍ମରୁ ମୃତ୍ୟୁ ଯାଏଁ ଅଛି ଯେତେ ଯୋଜନା 

ସବୁ ମୁଁ କରିଛି ଲାଗୁ କରି କୁଚ୍ଛ୍ର ସାଧନା। 


ଅନାହାର ଦାରିଦ୍ର୍ୟ ବେକାରୀ ସମସ୍ୟା 

ଦୂୂୂର କରିବା ପାଇଁକି ଅଛି ଦୃଢ଼ ଭରସା।


ବାରମ୍ବାର ଦେଉ ଥାଅ ମୋତେ ସମର୍ଥନ

ମୁଁ କରୁଥାଏ ଆଜୀବନ ତୁମ୍ଭକୁ ଶାସନ।


ତୁମ୍ଭର ଖୁସିରେ ମୋହର ଅପାର ଆନନ୍ଦ

ତୁମ୍ଭ ସେବା ଲାଗି ମୁହିଁ ସଦା ସମର୍ପିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy