STORYMIRROR

BULU BEHERA

Comedy Drama Fantasy

3  

BULU BEHERA

Comedy Drama Fantasy

ମାମୁଁ ଭଣଜା ରହସ୍ୟ

ମାମୁଁ ଭଣଜା ରହସ୍ୟ

1 min
201


ମୋ' ମାମୁଁ କହିଲେ  ମୋତେ

ଶୁଣ  ମୋ  ପ୍ରିୟ ଭଣଜା

ତୁ ମୋର ସୁନାନାକୀ  ଝିଅକୁ

ନିଶ୍ଚୟ  ବାହାହେବୁ l


ନ ହେଲେ ଆମ  ଆଭିଜାତ୍ୟର

ପାରମ୍ପରିକ  ରୀତି ନୀତିର  ବିବାହ

ସବୁଦିନ  ପାଇଁ  ବନ୍ଦ ହୋଇଯିବ

ମୁଁ   ବାହା   ହୋଇଥିଲି

ମୋ  ମାମୁଁର  ଝିଅକୁ 

ମାତ୍ର  ଦୁଇ ଜଣ  ଝିଅଙ୍କୁ

ପ୍ରେମ   କରି କରି l


ଆଉ  ମୋ  ମାମୁଁ  ମଧ୍ୟ

ବାହା  ହୋଇଥିଲେ

ତା' ମାମୁଁର  ଝିଅକୁ

ତିରିଶ  ଟଙ୍କା  ଯୌତୁକ  ନେଇ

ମୋ ମାଉସୀ ବାହା ହୋଇଛି

ତା ମାମୁଁର   ପୁଅକୁ

ଛୋଟା ଟା  ଆଉ  ଖାଲି

ଘୋଡା  ମଦୁଆଟାକୁ,


ଆଉ  ମୋର  ଭାଇ  ମଧ୍ୟ

ବାହା ହୋଉଛି

ତା ମାମୁଁର ଝିଅକୁ

ଦେଖିବାକୁ  ଟିକେ ଚେପି

ଆଉ ଅଧା  କେମ୍ପିଟା

ତୋ ଅଜା ବାହା  ହୋଇଥିଲେ


ଜଣେ  କୁଜି   ଆଉ

କାଣି  ତନୁ ପାତଳୀ ଝିଅଟାକୁ

ତୁ ମଧ୍ୟ  ଭଣଜା  ବାହା ହେବୁ

ମୋର  ସେହି  ଚେପିନାକୀ

ସୁନ୍ଦରୀ  ଟେରି ଝିଅଟାକୁ

ମାମୁଁ  ତୁମେ  ମୋତେ


ଜିଅନ୍ତାରେ  କଲବଲ  କରି ମାରିଦେଲ

ଧେତ ତେରିକା

ମୁଁ  ଏବେ  କଣ  କରିବି

ହେ ପ୍ରଭୁ,   ମୁଁ  ମରିଗଲି

ମୋତେ କିଛି  ଉପାୟ  ଦିଅ

ଏଥିରୁ  କିପରି  ମୁକ୍ତି  ପାଇବା  ପାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy