STORYMIRROR

Arjuni charan Behera

Comedy Inspirational Others

3  

Arjuni charan Behera

Comedy Inspirational Others

ଶିବପ୍ରୀୟ ବେଲ

ଶିବପ୍ରୀୟ ବେଲ

1 min
133

ଆମ୍ବ ଗଛେ ବଉଳ ଲୋ ଲିମ୍ବଗଛେ ଫୁଲ

ଗୋଲ ଗାଲ ଫଳଟିଏ ନାମ ତାର ବେଲ l


ଇଂରାଜୀରେ ନାମ ତାର ଜଙ୍ଗଲିଆ ଆତ

ଜାଣିଲେଣି ବିଦେଶୀଏ ଏବେ ତା ମହତ୍ୱ l


ବିଲ୍ଵ,ବିଲ୍,ବେଲ୍,ଜଣା ଶାଣ୍ଡିଲ୍ୟ ନାମରେ

ଆବାହନୀ ଶ୍ରୀ ଦୁର୍ଗାଙ୍କ ବିଲ୍ଵ ବରଣରେ l


ସଂସ୍କୃତରେ ନାମ ଶିବ ଦ୍ରୁମ, ମହା ଫଳ

ମହା କପିତ୍ଥ ଓ ଗନ୍ଧ ଶ୍ରେଷ୍ଠ, ଶିରିଫଳ l


ପତର ଏହାର ଅଟେ ଶିବ, ଦୁର୍ଗା ପ୍ରୀୟ

ଅଙ୍ଗ ଏ ବୃକ୍ଷର ଅଟେ ସର୍ବ ଦେବ ମୟ l


ତ୍ରିଶାଖା,ପାଶାଖା ପତ୍ରରେ ପୁଜି ପଞ୍ଚାନନ

ସନ୍ତୋଷ ଲଭିଲେ ନିଜେ ବିଷ୍ଣୁ ଭଗବାନ l


ପ୍ରକୃତିର ଦାନ ବେଲ ଗୋଟେ ମହୌଷଧି

ଫଳ,ପତ୍ର,କାଷ୍ଠ ହରେ ନାନାଜାତି ବ୍ୟାଧି l


ପିତ୍ତ, ଅଜୀର୍ଣ୍ଣ, କବଜ, ଅଗ୍ନିମାନ୍ଦ୍ୟ, ଶୂଳ

ବେଲ ଦୂରେ ରଖେ ଯଥା ଶିବଙ୍କ ତ୍ରିଶୂଳ l


ପଣାସଂକ୍ରାନ୍ତି ଆସୁଛି ଶୁଣ ମୋର ସାଙ୍ଗ

ବେଲ ପଣାକୁ ପିଇବ ନ ପକାଇ ଭାଙ୍ଗ l


ଭାଙ୍ଗସହ ସାଙ୍ଗମେଳେ ପିଇ ବେଲପଣା

ସମନ ପୁରୁ ଫେରିଛି ମୁଁ ସେହି ଅର୍ଜୁନା l


Rate this content
Log in

Similar oriya poem from Comedy