STORYMIRROR

Kunja Bihari Dalai

Comedy

3  

Kunja Bihari Dalai

Comedy

କେମିତି ହୋଇଲା ପାକଳ

କେମିତି ହୋଇଲା ପାକଳ

1 min
123

ବିବାହ ପର୍ଯ୍ୟନ୍ତ  ଭୁଲ୍ କଲେ ପୁଅ

     କହୁଥାଏ ମାଆ ହସି,

କେତେବା ବୟସ  କିବା ବୁଦ୍ଧି ତା'ର

     ଏବେବି ତା ଭେଜା କଷି। 


ପୁତ୍ର ସ୍ନେହେ ଅନ୍ଧ  ହୋଇ ଯୁଝିହୁଏ

     ଗାଆଁ ମାଇପିଙ୍କ ସଙ୍ଗେ,

ଶାସନ କରେନି  ଦିଏନି ସଂସ୍କାର

     ଜାବୁଡି ଧରେ ତା ଅଙ୍ଗେ।


ସେହି ପୁଅ ପୁଣି  ବାହା ବାସିଦିନ

     କରୁଅଛି ଯେବେ ଭୁଲ୍,

ସାହି ପଡିଶାଙ୍କୁ  ବଖାଣି ବାହୁନେ

     ବୋହୂ ଖାଏ ଭେଜା ଫୁଲ୍ ।


ବୁଝି ମୁଁ ପାରୁନି  ସମ୍ଭବ କେମିତି

     ରାତିକ ଭିତରେ କଷି

‌ହୋଇଲା ପାକଳ  ଥିଲା ଶିଶୁ ଭେଜା

     ସେକଥା ଭାବୁଛି ବସି ।


ହୁଏତ ମାଆର  ମମତାର ଡୋରି

     ଥିଲା ଟିକିଏ ଦୁର୍ବଳ,

ସେଇଥି ପାଇଁ ସେ  ଅଜଣା ଝିଅଟି

     ଛିଣ୍ଡାଇ ଦେଲା ଶୃଙ୍ଖଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy