STORYMIRROR

Apurba Ranjan Sahoo

Inspirational

3  

Apurba Ranjan Sahoo

Inspirational

ଅଣଦେଖା ବେମାରୀ

ଅଣଦେଖା ବେମାରୀ

1 min
26.9K


ଦେଖି ଅଣଦେଖା କରୁ...

ଦୋକାନର ବୋଲକରା ଛୁଆଟିକୁ ,,

ଜରି ଗୋଟାଉଥିବା କହରା ଚୁଟି ମଇଳା ଛିଣ୍ଡା କପଡ଼ା ପିନ୍ଧା ଅବହେଳିତ ଶୈଶବର

ନିରୁପାୟ ଆଖି ଦୁଇଟିକୁ ,,

ପୋକ ସାଲୁବାଲୁ ରାସ୍ତାକଡ଼ ଅରକ୍ଷିତକୁ ,,

ଖଟିଆରେ କାଶୁଥିବା ବୃଦ୍ଧଟିକୁ ,,

ଡାକ୍ତରଖାନା ବାରଣ୍ଡାର ରୋଗୀଟିକୁ ,,

ବସ୍ ଭିଡରେ ଠିଆ ବୃଦ୍ଧ ଓ ଅସୁସ୍ଥ ଲୋକଟିକୁ ,,

ପଲିଥିନ୍ ତଳର ମଣିଷକୁ ,,

ଗଛତଳେ ପଢୁଥିବା ସ୍କୁଲ୍ ପିଲାମାନଙ୍କୁ ,,

ଅବାଧ ପାନ,ଗୁଟ୍କା ଛେପର କାନ୍ଥକୁ ,,

ମୁଁ କୁକୁର ମୂତୁଛି ଲେଖାଥିବା କାନ୍ଥକୁ ,,

ଇତସ୍ତତଃ ଅଳିଆ ଫିଙ୍ଗା ମାନସିକତାକୁ ,,

ଆମେ କେତେ ସଚେତନ...

ଏ ସବୁ ଅଣଦେଖା ବେମାରୀ ରୋକିବାକୁ ??

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational