STORYMIRROR

Apurba Ranjan Sahoo

Inspirational

3  

Apurba Ranjan Sahoo

Inspirational

ସାୟାହ୍ନର ଉପରାନ୍ତେ ...

ସାୟାହ୍ନର ଉପରାନ୍ତେ ...

1 min
13.3K


ନଇଁ ଆସୁଥିବା ସାୟାହ୍ନର ବିପରୀତ ଦିଗଗାମୀ ରକ୍ତ , ବୟସର ଉପେକ୍ଷିତ ପର୍ଯ୍ୟାୟ , ଶତଚେଷ୍ଟା ସତ୍ତ୍ବେ ବି ତରଳୁନଥିବା ଅବିଚଳିତ ମହମବତୀ ସ୍ଵେଦର !!

 

ଝଡ଼ିବରଷାରେ ଝଡ଼ି ପଡ଼ିଥିବା ତାଳଗଛ ଡାଳ ବାଜି ପ୍ରଥମେ ଅଜଣା, ପରେ ଝିମ୍ଝିମ୍ ହୋଇ ଫାଟି ଆଁ କରି କ୍ଷତ, ଅବୋଲକରା ପାଦତଳ ରୁଧିର !!

 

କାଶିକାଶି ବାନ୍ତି କରି ବେଦମ ରୋମନ୍ଥିତ ଅଧାଗଢ଼ା ସ୍ଵପ୍ନ , ଗୋଟିଏ ପରେ ଆଉ ଏକ ବ୍ୟାଧିର ବିଦ୍ରୂପ ପରିହାସ , କ୍ଵଚିତ୍ ବାଧେ ଉପଦ୍ରବ ମଶା, ଡାଆଁଶର !!

 

ଚର୍ମର କୁଞ୍ଚନ, ଗଣ୍ଠି ଯନ୍ତ୍ରଣାର ଭ୍ରୂକୁଞ୍ଚନ, ଟାକୁଆଗାଲ- ଭଙ୍ଗାଦାନ୍ତର ହସ, ଦୃଷ୍ଟିଶକ୍ତି -ହଜମଶକ୍ତି ହ୍ରାସ, ସ୍ମୃତି ବିଭ୍ରମ, ଜନ୍ତ୍ରଣା ଭିଡ଼େ ଯମ ସମ, ଏସବୁ ତ ପେନସନ୍ ଜୀବନର !!

 

ଝାଞ୍ଜିସିଝା ଝାଇଁଆ ଅବୋଧ୍ୟ କାୟ, ଥଣ୍ଡା ପଡ଼ିଯିବ କାଳେ ରହିଯାଏ ଭୟ, ଆଉକି ପ୍ରତ୍ୟାଶା ବଳକା ରହିଛି ଗୋଟିଏ ସରି ଆସୁଥିବା ବଳିତାର !!

 

ଗୋଳେଇ ଘାଣ୍ଟି ହେଉଥିବା ଢ଼ୋକେ ଉଜୁଡ଼ା ସ୍ମୃତି ରହିଯାଏ ତା ବାଟରେ , କଣ୍ଟକିତ ସେତୁବନ୍ଧର ଚୂଡ଼ାନ୍ତ ପର୍ଯ୍ୟାୟରେ, ସେହି ଏକା ଚିରନ୍ତନ ରାମନାମ ସତ୍ୟର !!

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational