ଖଇରୀର ପିଲାଦିନ ...
ଖଇରୀର ପିଲାଦିନ ...
୧୯୭୪ ଅକ୍ଟୋବର୍ ଶୀତୁଆ ସକାଳ ,
ନିଘଞ୍ଚ ଅରଣ୍ୟ ସ୍ୱପ୍ନପୁରୀ ଶିମିଳିପାଳ ,,
ଲାକ୍ଷା, ଛତୁ, ମହୁଲ, ମହୁ, ଝୁଣା, କାଉଚିଆ,
ନିତ୍ୟ ସଂଗ୍ରହରେ ଆସିଥିଲେ କିଛି ଖଡ଼ିଆ,,
ବାଘୁଣୀଟେ ତା'ର ତିନି ଶାବକଙ୍କୁ ଧରି ,
ଆସିଥିଲା ପାଣି ପିଇ ନଦୀ ନାମ ଖଇରୀ ,,
ଶିଖାଉଥିଲା କରିବାକୁ ବିପଦ ମୁକାବିଲା,
ଡେକ୍ଚି ବାଡ଼େଇ ସାହସୀ ଖଡ଼ିଆ ଶବ୍ଦ କଲା,,
ବାଘୁଣୀ ଆକ୍ରମଣ କଲା ନାହିଁ ,
ମନସ୍ଥ କଲା ସେ ଜାଗାଛାଡ଼ି ଚାଲିଯିବା ପାଇଁ,,
ମା'ଲୋ ତୁ ଏଡ଼େ ନିଷ୍ଠୁର କେମିତି ହେଲୁ ?
ସବୁଠୁ ପତଳା, ଦୁର୍ବଳ ନିରିମାଖି ସେଇ
କୁନି ଝିଅଟିକୁ ଛାଡ଼ି ତୁ କେମିତି ଗଲୁ ??
ଖଡ଼ିଆଏ ଆଣି ଯତନେ ଛାଡ଼ିଲେ
ପାଖେ ଜଙ୍ଗଲ ଅଧିକାରୀ ,
ସରୋଜ ରାଜ୍ ଚୌଧୁରୀ ନାମ ତାଙ୍କରି ,,
ବାଘୁଣୀ ଶାବକକୁ
ନିଜ ଝିଅ ପରି ପାଳନ କଲେ ,
ନଦୀ ଅନୁସାରେ ନାଆଁଟି ଖଇରୀ ରଖିଲେ ,,
ଖଇରୀ ଶଶୀକଳା ପରି ବଢ଼ି ଚାଲିଲା ,
ମଣିଷ ସହ ତା ସଂପର୍କ
ସାରା ଦୁନିଆଁ ଜାଣିଲା,,
ଏବେ ସେ ଖଇରୀ ଇତିହାସ ଟିଏ ,
ଆଜିବି ଶିମିଳିପାଳ ଝୁରେ ତା ଝୁଅକୁ
ମା' ଡାକିଦେଲେ ଓ' କରିଦିଏ !!!