STORYMIRROR

Ramesh Patra

Inspirational

3  

Ramesh Patra

Inspirational

ମୌସୁମୀ

ମୌସୁମୀ

1 min
27.5K


ମୌସୁମୀ

ବେଳେବେଳେ ମୌସୁମୀର କୁହୁକ ସ୍ପର୍ଶ

ସକାଳ ହେବା ଆଗରୁ ଆସିଯାଏ.......

ବାସ୍

ପୃଥିବୀ ଆଉ ଶୁଖିଲା ଗଛପତ୍ରକୁ ଛୁଇଁ ଦିଏ.......

 

ପୃଥିବୀ ପ୍ରଥମ ବର୍ଷାକୁ ସ୍ୱାଗତ କରେ

ଶୁଭୁଥିବା ଦୀର୍ଘଶ୍ୱାସ ପରି

ଅଳସ ମୌସୁମୀର ପଦପାତରେ ନଥାଏ

ଚମକ ଚହଟ ଉତ୍ତର......

ପୂର୍ବ ମୌସୁମୀ ଭଳି ଘଡଘଡି ଓ ବିଜୁଳିର....

ଗୋଟିଏ ମୁହୂର୍ତ୍ତ ପାଇଁ ସବୁ ସ୍ଥିର.......

 

ତାପରେ

ପବନରେ ବର୍ଷାର ଆଗମନୀର ସୂଚନା ଥାଏ

ବିକ୍ଷିପ୍ତ ବର୍ଷା ବିନ୍ଦୁରେ

ରାତିର ଥଣ୍ଡା ପବନ କହିଯାଏ....

ଆଉ କେଉଁଠି ବର୍ଷା ହେଲେ.....

ସକାଳ ହେବା ବେଳକୁ

ବର୍ଷା ଧୁଆ ପୃଥିବୀର ନିଦ ଭାଙ୍ଗୁଥାଏ,

ସ୍କୁଲ୍ ଯିବା ପିଲାଙ୍କ ପାଇଁ

ଶୁଭ ସମାଚାର ଆଣେନା ମୌସୁମୀ......

 

ବର୍ଷା ଭରା ବାଦଲ ଢାଙ୍କିଥାଏ

ଗ୍ରୀଷ୍ମର ସୂର୍ଯ୍ୟଙ୍କୁ......

ଲୁଚକାଳି ଖେଳ ଆରମ୍ଭ ହୋଇଯାଏ

ଅନ୍ଧାର ଓ ଆଲୋକ ମଧ୍ୟରେ,

ବେଳାଭୂମିରେ,

ବେଳାଭୂମି ଠାରୁ ଦୂରରେ,

ବାଦଲ ସବୁ ପାହାଡ ଶୀର୍ଷରେ

ମେଳାର ପସରା ବସାଇ ଥାଆନ୍ତି.....

 

ମୌସୁମୀ ରାଗରେ

ପୃଥିବୀର ଅଳସ ମୃତ ରାତି ଆସିଲେ

ଝଡି ପୋକ ହୁଙ୍କାରୁ ବାହାରିଆସି ମାଡି ଯାଆନ୍ତି

ସେମାନଙ୍କ ଡାକରେ

ସ୍ୱଳ୍ପ ସମୟର ପର୍ବରେ......

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational