STORYMIRROR

Ramesh Patra

Others

3  

Ramesh Patra

Others

ବସନ୍ତ

ବସନ୍ତ

1 min
13.1K


ଏକୁଟିଆ ଖରାବେଳେ ବସନ୍ତ ଆସିଯାଏ,

ଦି ପହରେ ଉଡୁଥିବା ଚିଲର ସ୍ୱରରେ,

ତାର ଚକ୍କର କାଟୁଥିବା କ୍ଲାନ୍ତ ଡେଣାରେ,

ଅଳସ ଭାଙ୍ଗୁଥାଏ ବସନ୍ତ ପବନ...........

ଝରା ବଉଳର ପତ୍ର ଭିତରେ,

ଝରି ପଡୁଥିବା ଟୋପା ଟୋପା କାକର ବିନ୍ଦୁରେ

ବସନ୍ତର ସ୍ୱର ଶୁଭେ

ହଳଦୀବସନ୍ତ ଓ କୋଇଲିର ବେହାଗ ଆଳାପରେ.........

ରାତି ପାହି ଆସୁଥାଏ,

ସବୁଆଡ ଚୁପଚାପ୍

କୋଉଠି ଟିକିଏ ଶବ୍ଦ ନଥାଏ

ନା ଆକାଶ ନା ପୃଥିବୀର ମାଟିରେ,

ସିନ୍ଦୂରା ଫାଟି ଫାଟି ଆସିବା ବେଳକୁ

ବସନ୍ତର ଛୁଆଁ ଲାଗେ ମନ ଓ ଦେହରେ.......

ବସନ୍ତ ତ ସବୁ ବର୍ଷ ଆସୁଥାଏ

ଚନ୍ଦନ ଗଛର ପତ୍ରକୁ ଛୁଇଁ ଛୁଇଁ,

ସବୁ ଦାହ ଓ ନ୍ଦ୍ୱନ୍ଦର ଉପଶମ କରିବାର ମିଥ୍ୟା ପ୍ରତିଶୃତିରେ..............


Rate this content
Log in