STORYMIRROR

Ramesh Patra

Inspirational Fantasy

2  

Ramesh Patra

Inspirational Fantasy

ମୌସୁମୀ

ମୌସୁମୀ

1 min
13.7K


ମୌସୁମୀର ପ୍ରଥମ ବର୍ଷା ଟୋପା

ତମ ଆଖି ପତା, ଓଠ

ଛୁଏଁ ପୁଣି ଦେହ ତ୍ରିବଳୀ

ଓ ନିଃଶେଷ ହୋଇଯାଏ ତୁମ ନାଭି ବୃତ୍ତରେ.......

ଆକାଶରେ ବଜ୍ର ଶବ୍ଦ ସହ

ଏକାକାର ହୁଏ ତୁମ କବାଟରେ ମୋ କରାଘାତ

ଏହିଭଳି ପ୍ରଥମ ବର୍ଷାରେ

ମେଘ ଦୂତର ଅଭିଶପ୍ତ ଯକ୍ଷର ଚିଠି ପାଇଁ

ଯେମିତି ଅପେକ୍ଷାରତା ବିରହିଣୀ ଯକ୍ଷିଣୀ

ଆକାଶର କଣ ଏହି ମେଘମାଳା ?

ନା ମୋର ଘନଶ୍ୟାମ କୃଷ୍ଣ ?

ଆସୁ ବର୍ଷା ଅବା ମଦିରା ପ୍ଲାବନ

କିଛି ଭୟ ନାହିଁ,

ଯଦି ଆସେ ବିପର୍ଯ୍ୟୟ

ମୋର ସମସ୍ତ ସମ୍ପତ୍ତି ଲୁଟି ନେଉ ପଛେ

ମୋତେ ଫେରେଇ ଦେଉ

ମୋ ପିଲାଦିନର ମୌସୁମୀ ବର୍ଷା,

ମୁଁ ପାଲଟିଯାଏ ଉଦଗ୍ରୀବ ମୟୁରଟେ

ଆକାଶକୁ ଚାହିଁ ରହେ

ମହାଭାରତର ଚାତକ ଭଳି

ଖୋଜୁଥାଏ ଆକାଶରୁ କେବେ ହେବ ବର୍ଷା

ବାହାରେ ନାଚୁଥିବ

ରିମଝିମ୍ ବର୍ଷା

ମୁଁ ଗୋଟାପଣେ ଭିଜୁଥିବି

ମୋ ଭିତରେ ବର୍ଷା

ରମେଶ ଚନ୍ଦ୍ର ପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational