STORYMIRROR

Jena Dil Lip Kumar

Inspirational

3  

Jena Dil Lip Kumar

Inspirational

ରଜ ୨୦୧୭

ରଜ ୨୦୧୭

1 min
27.3K


ରଜ ୨୦୧୭

 

ବଣରେ ଗର୍ଜିଲା ଗଜ,

ଆଶାଢ ଆଣିଲା ରଜ,

ପାର୍ଲରରେ ସଜବାଜ,

ପୋଡପିଠାତକ ଚୁଲିକୁ ଗଲାଣି

ନନ୍ ଷ୍ଟିକ୍ ରେ ମାଛ ଭାଜ ।

ଗାଁଆରେ ତ ନାହିଁ ଗଛ,

ସିମିଣ୍ଟି ଛାତରୁ ଦୋଳିକୁ ଝୁଲାଇ

ଧେଇକି ଧିନାଏ ନାଚ,

ଶାଢି ଚୁଡି ସବୁ ଗଲା,

ପାଦରେ ଅଳତା ମେଲା,

ଜିନସ୍ ସାଙ୍ଗକୁ ଟି ସାର୍ଟ ମଜା

ମେହେନ୍ଦିରେ ପୂରା ନାଲା ।

ରଜ ଗୀତ ପୂରା ଢିଲା,

ଡିଜେର ଧ୍ୱନିରେ ରଙ୍ଗଣୀମାନେ ଲୋ

କରୁସନ୍ତି ଠିଅାପାଲା,

କାହା ସାଥେ ଏଠି ମନ ମିଶେନାହିଁ

ସେନେହ ମମତା ଗଲା,

ଭାଇଚାରା ପୂରା ମଲା,

ମନର ଭିତରୁ ରାଗ ଅଭିମାନ

କାଢି ଟିକେ ଦିଅ ଭଲା,

ପ୍ରତି ବରଷର ପହିଲି ରଜରେ

ହୃଦୟଟା କର ଖୋଲା ।

 

*****


Rate this content
Log in

More oriya poem from Jena Dil Lip Kumar

Similar oriya poem from Inspirational