STORYMIRROR

Jena Dil Lip Kumar

Inspirational

3  

Jena Dil Lip Kumar

Inspirational

ରଜ ୨୦୧୭

ରଜ ୨୦୧୭

1 min
27.3K


ରଜ ୨୦୧୭

 

ବଣରେ ଗର୍ଜିଲା ଗଜ,

ଆଶାଢ ଆଣିଲା ରଜ,

ପାର୍ଲରରେ ସଜବାଜ,

ପୋଡପିଠାତକ ଚୁଲିକୁ ଗଲାଣି

ନନ୍ ଷ୍ଟିକ୍ ରେ ମାଛ ଭାଜ ।

ଗାଁଆରେ ତ ନାହିଁ ଗଛ,

ସିମିଣ୍ଟି ଛାତରୁ ଦୋଳିକୁ ଝୁଲାଇ

ଧେଇକି ଧିନାଏ ନାଚ,

ଶାଢି ଚୁଡି ସବୁ ଗଲା,

ପାଦରେ ଅଳତା ମେଲା,

ଜିନସ୍ ସାଙ୍ଗକୁ ଟି ସାର୍ଟ ମଜା

ମେହେନ୍ଦିରେ ପୂରା ନାଲା ।

ରଜ ଗୀତ ପୂରା ଢିଲା,

ଡିଜେର ଧ୍ୱନିରେ ରଙ୍ଗଣୀମାନେ ଲୋ

କରୁସନ୍ତି ଠିଅାପାଲା,

କାହା ସାଥେ ଏଠି ମନ ମିଶେନାହିଁ

ସେନେହ ମମତା ଗଲା,

ଭାଇଚାରା ପୂରା ମଲା,

ମନର ଭିତରୁ ରାଗ ଅଭିମାନ

କାଢି ଟିକେ ଦିଅ ଭଲା,

ପ୍ରତି ବରଷର ପହିଲି ରଜରେ

ହୃଦୟଟା କର ଖୋଲା ।

 

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jena Dil Lip Kumar

ଦଶହରା

ଦଶହରା

1 min ପଢ଼ନ୍ତୁ

ଇତି

ଇତି

1 min ପଢ଼ନ୍ତୁ

Similar oriya poem from Inspirational