ଜଳଛତ୍ର
ଜଳଛତ୍ର
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଜଳଛତ୍ର
ଶୁଚିସ୍ମିତା ଦାସ
ଚାରିଖଣ୍ଡ ବାଉଁଶ
ଉପରେ ଛାମୁଣ୍ଡିଆ
ମୁଠାଏ ବାଲି ପରେ
ଥୁଆ- ଅମୃତ ହାଣ୍ଡି।
ମଳିଛିଆ ପ୍ଲାଷ୍ଟିକ ଗ୍ଲାସରେ
ଅଙ୍କା ଅନେକ ତୃଷାର୍ତ୍ତର
ହାତଚିହ୍ନ।
ଡ଼ହଡ଼ହ ଖରାରେ ଧରା
ଜାଳୁଥିବା ସୂର୍ଯ୍ୟ
ଆଉ
ତାକୁ ହରାଉଥିବା
ଏକ ଜଳଛତ୍ର।
*****
ଜଳଛତ୍ର
ଶୁଚିସ୍ମିତା ଦାସ
ଚାରିଖଣ୍ଡ ବାଉଁଶ
ଉପରେ ଛାମୁଣ୍ଡିଆ
ମୁଠାଏ ବାଲି ପରେ
ଥୁଆ- ଅମୃତ ହାଣ୍ଡି।
ମଳିଛିଆ ପ୍ଲାଷ୍ଟିକ ଗ୍ଲାସରେ
ଅଙ୍କା ଅନେକ ତୃଷାର୍ତ୍ତର
ହାତଚିହ୍ନ।
ଡ଼ହଡ଼ହ ଖରାରେ ଧରା
ଜାଳୁଥିବା ସୂର୍ଯ୍ୟ
ଆଉ
ତାକୁ ହରାଉଥିବା
ଏକ ଜଳଛତ୍ର।
*****