STORYMIRROR

Suchismita Das

Others

3  

Suchismita Das

Others

ସ୍ବପ୍ନ ଓ ବର୍ତ୍ତମାନ

ସ୍ବପ୍ନ ଓ ବର୍ତ୍ତମାନ

1 min
182

ସାରୁପତ୍ରରେ ପାଣି ପରି

ସ୍ଵପ୍ନ ସବୁ ମୋର,

ମୂହୁର୍ତ୍ତକର ନିବିଡ଼ତା

ଟିକିଏ ପବନରେ ଚୁରମାର।


ଆଙ୍କିବାକୁ ଇଛା ଚିତ୍ରଟିଏ

ପକ୍ଷୀରାଜ ଘୋଡ଼ା ଆଉ ରାଜକୁମାର,

ରଙ୍ଗ ସଜାଉ ସଜାଉ ତୂଳୀମାନେ

ହେଲେ ପାଲଟିଯାଆନ୍ତି ପଥର।


ଚଷମା ଫାଙ୍କରେ ଦେଖେ

ଯୌବନର ଭଙ୍ଗାକାନ୍ଥ,

ଅମାନିଆ ବୟସର ମଉଳା ସ୍ଵପ୍ନ

ଖୁବ ଦୂର ଲାଗେ ଅଳନ୍ଧୁପୂର୍ଣ୍ଣ ଅତୀତ।


ରୁନ୍ଧି ହେବା ଖାଲି ସାର

କରିହୁଏନାହିଁ ଭାଗ୍ୟକୁ ଆୟତ୍ତ,

ଝଡିପଡିଥିବା ଗଙ୍ଗଶିଉଳିର

କି ଅବା ଭବିଷ୍ୟତ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍