ମହାବାହୁ
ମହାବାହୁ
(0)
ତୁମ ନାମ ଧରି ଏ ଜୀବନ ଯାଉ
ଏତିକି କରୁଣା ହେଉ
ଏତିକି ମାଗୁଣି ଜୀବ ଗଲାବେଳେ
ତୋ ନାମ ସ୍ମରଣ ଥାଉ |
ଆହେ ମହାବାହୁ ଆହେ ମହାବାହୁ ||
(1)
ଗୀତା ଭାଗବତ ପଢିନାହିଁ କେବେ
ପଢିନି ଗୀତ ଗୋବିନ୍ଦ
ତୁମ ନାମାବଳୀ ମୋ ହୃଦ ଶଙ୍ଖାଳି
ହେ ମୋର କଳା ଗୋବିନ୍ଦ
ସେଇ ନାମାବଳୀ ଗାଇ ଗାଇ ମୋର
ହୀନ ଏ ଜୀବନ ଯାଉ |
ଆହେ ମହାବାହୁ ଆହେ ମହାବାହୁ ||
(2)
ଅଜାମ୍ବିଳ ପାପୀ ତୁମ ନାମ ଜପି
ତରିଗଲା ମୁଁ ଶୁଣିଛି
ସେଇ ଭରସାରେ ମୋ ଜୀବନ ତରୀ
ପାରି ହେବ ମୁଁ ଭାବୁଛି
ମିଛ ଦୁନିଆରେ ତୁମେ ଏକା ସତ
ତୁମ ବିନା କିଏ ଆଉ |
ଆହେ ମହାବାହୁ ଆହେ ମହାବାହୁ ||
(3)
ତୁମରି ଆଶୀଷେ ସୁନ୍ଦର ଏ ଧରା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା
ଏ ନୀଳ ଆକାଶ ସାଗର ତଟିନୀ
କେତେ ସୁଷମାରେ ଭରା
ଏତିକି ମିନତି ତୁମ ଏ ଆଶୀଷ
ସଦା ସଦା ଜରୁଥାଉ |
ଆହେ ମହାବାହୁ ଆହେ ମହାବାହୁ ||
*******