Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pabitra Brahmaputra Nayak

Inspirational

3  

Pabitra Brahmaputra Nayak

Inspirational

ବର୍ଷା

ବର୍ଷା

1 min
13.5K


ବର୍ଷା

 

ପବିତ୍ର ବ୍ରହ୍ମପୁତ୍ର ନାୟକ

 

ଏତିକିବେଳକୁ

କ’ଣ ବର୍ଷିବାର ଥିଲା ବର୍ଷା !

 

ଗୁହାଳରେ ଗାଈ ଖୋଲା ରହିନି ।

ଇଏ ଏଯାଏ ଫେରିନାହାନ୍ତି ହାଟରୁ ।

ପିଲାଟା ଟୁଉସନ୍ ଯାଇଥିଲା ଯେ

କାଇଁ ଏଯାଏ ତ ଫେରିଲାନାହିଁ !

 

ପିନ୍ଧା ଲୁଗା ଭିଜିଗଲାଣି ବର୍ଷାରେ ।

ଚୁଲି ଆଉ ଜଳୁନି

ଯେତେ କିରାସିନି ଛିଞ୍ଚିଲେ ।

ଭାତ ଦରଫୁଟା, ତର୍କାରି ହେଇନି ।

 

ହେଃ... ଭୁଲିଗଲି

ତାଙ୍କ ଲୁଙ୍ଗି ପଡ଼ିଥିଲା ତାରରେ

ପୁଅର ଇସ୍କୁଲ ପେଣ୍ଟ ।

କ’ଣ ଯେ ହେବ କିଛି ବୁଝିପାରୁନି

ପିଲାଟା କାଲି ଇସ୍କୁଲକୁ ଯିବ

ଇଏ ଆସିଲେ କ’ଣ ପିନ୍ଧିବେ !

 

ଅଲୁଗୁଣିଠୁ ଅଲଣା

ଘଷି ଭାଡ଼ିଠୁ ଧାନ ଅମାର

ଦିଅଁ ଖଟୁଲିଠୁ ଧାନ ହେଁସ

ସବୁଆଡ଼େ ଟପ୍ ଟପ୍ ବର୍ଷା ।

 

ଯେତେ କହିଲି ଘର କର କୋଠା

କ’ଣ ନା ଆମକୁ ଇନ୍ଦିରା ଆବାସ ମିଳିନି,

ଯେତେ କହିଲି ପାଲ ଖଣ୍ଡେ କିଣ ଘର ପାଇଁ

କ’ଣ ନା ଟଙ୍କା ବଳୁ ଏଥର କିଣିବା ।

 

ଯା’ ତ ଟଙ୍କା ଛାଡ଼

ଭାତ-ଡାଲିକୁ ନିଅଣ୍ଟ ।

ର ଠ କରି ଚାଲିଛି

ପେଟକୁ ଦାନା, ନାଜକୁ କନା

ସେଥିରେ ପୁଣି ପିଲାଟା ପଢୁଛି ।

 

ଧେତ୍... ଛାଡ଼େ ସେ କଥା ।

ଇଏ ଆସିଲେ କି ମା ଯାଇ ଦେଖେ !

ପିଲାଟା ବି ।

ଛାଡ଼ିଲା କି ନାଇଁ ବର୍ଷା !

 

ରାଜନଗର, କେନ୍ଦ୍ରାପଡ଼ା

*****


Rate this content
Log in

More oriya poem from Pabitra Brahmaputra Nayak

Similar oriya poem from Inspirational