STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ପ୍ରଣତି

ପ୍ରଣତି

1 min
27.3K


ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ତୁହିମା ପବିତ୍ର ଭାରତ ଭୂମି,

ତୋର ଉପାଦାନେ ଗଢା ଯା ଶରୀର

ତୋ କୋଳରେ ଥିଲେ ଯେହୁ ଜନମି,

ଯ଼େ ବୀର ପୁଙ୍ଗବେ ଢାଳି ଦେହୁ ରକ୍ତ

ଲଢିଲେ ତୋହର ମୁକତି ପାଇଁ,

ଯା ହୃଦୟେ ମା ମମତା ସରିତ

ହୋଇ ବହିଥିଲା ଉତ୍ତଳା ହୋଇ,

ଯେ ବୀର ହୋଇଲେ ଶହୀଦ ତୋ ଲାଗି

ଯେ ବରିଲେ କାରା ଗାଇ ତୋ ଗାଥା,

ଯେ ପ୍ରାଣୁ ଉଠିଲା ସ୍ୱାଧୀନତା ଉତ୍ସ

କରିବାକୁ ଲୋପ ଫିରିଙ୍ଗ ସତ୍ତା,

ଯା ଅହିଂସା ବାଣୀ ସିଞ୍ଚି ମନ୍ତ୍ର ପାଣି

ଜଗାଇଲା ସାରା ଦେଶେ ପୁଲକ,

ଯା ହୁଙ୍କାରେ ଦିନେ ଆଜାଦ୍ ହିନ୍ଦ୍

ଫଉଜ ଡାକିଲା ରଖ ମୂଲକ,

ଯାର ପଞ୍ଚଶୀଳ ପ୍ରଚାରିଲା ଦେଶେ

ଶାନ୍ତି ମୈତ୍ରୀର କବିତା ଗାଥା,

ଯେ ବୀର ଭଜିଲା ବିଦେଶ ଭୂଇଁରେ

ଶାନ୍ତି ପ୍ରଚାରି ମରଣ କଥା,

ଯେ ଦେଇ ମୁକତି ଲଭିଲେ ମୁକତି

ହୋଇଲେ ଏ ଦେଶେ ଚିର ଅମର,

ପଞ୍ଚବିଶତିର ଏ ଶୁଭ ଲଗନେ

ସେ ଚରଣ ତରଣ ତଳେ ପ୍ରଣତି ମୋର II

******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational