Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ଟିକିଏ ଖୁସି

ଟିକିଏ ଖୁସି

1 min
116


ସକାଳରୁ ସଞ୍ଜ ରାତି ପରେ ଦିନ

  ମାସ ବର୍ଷ ଯାଏ ବିତି

କର୍ମେ ରତ ଅଛୁ ଅବିରତେ

  ପାଇବାକୁ ଟିକିଏ ଖୁସି l


ନିତ୍ୟେ ନବ ଆଶା ବସା ବାନ୍ଧେ

  ମନ ଉପଵନେ ତୋହରି

ସପନର ସୌଧ ଗଢୁ ଗଢୁ

  ସମୟତ ଯାଏ ସରି l


ଦେଖି ଦାରା ସୁତ ପରିବାର

  ମଣୁ ଅତି ଆପଣାର

ସଞ୍ଚିଛୁ ଧନ କୃପଣ ପଣରେ

  ଯତନେ ଗଢିଣ ଘର l


ଜୀବନଟା ପରା ରଙ୍ଗମଞ୍ଚ ଏଠି

 ତୁହି ଏକ କଳାକାର

ଅଭିନୟ ଶେଷେ ଫେରିବୁତୁ ଏକା

  ନଥିବେ ସାଥେସକେ ତୋହର l


ଧନ ଦଉଲତ ଘରଦ୍ୱାର ସବୁ

  ଆବୋରି ବସିଛୁ ମୋହର

ଭୁଲି ତୁ ଗଲୁଣି ମାୟାଜାଲେ ପଡି

  ଶରୀରଟା ନୁହେଁ ତୋହର l


କାଳ ଗର୍ଭେ ଗୋପନ ହେଲେଣି

  ତୋପୂର୍ବ ପୁରୁଷ ଯେତେ

ସାଥିରେ ତାଙ୍କରି ବୋହି ନେଇଗଲେ

   ଧନ ସମ୍ପତ୍ତି କେତେ l


ଯେଉଁ ସୁଖ ଟିକିଏ ଲଭିବା ପାଇଁକି

  ହେଉଅଛୁ ସଦା ବାଇ

ଜାଣିନ ପାରିଲୁ ପ୍ରକୃତ ଆନନ୍ଦ

  ଲୁଚି ରହିଅଛି ଯହିଁ l



Rate this content
Log in

Similar oriya poem from Inspirational