ଜନନୀର ଦୁଃଖ
ଜନନୀର ଦୁଃଖ
ବେଳଥାଉ ଉଠ ତୁହି ନିଦ୍ରା ତେଜି
କେତେଦିନ ଆଉ ରହିଥିବୁ ସ୍ଵାର୍ଥେ ମଜ୍ଜି l
ତୋହର ଜନନୀ ରୋଦନ କରଇ ଦୁଃଖେ
କେଉଁ ଟାଣ ପଣେ ବିତାଉଛୁ ଦିନ ସୁଖେ l
ପୂରୁବ ଗୌରବ ପଡୁନାହିଁ କି ମନେ
ପୂର୍ବପୁରୁଷ ରଖିଲେ ଜାତିର ମାନ ବଳିଦାନେ l
ଭାଇଚାରା ଭୁଲି କରୁଛୁ ତୁ ଲଢେଇ
ନିଜର ଲୋକଙ୍କୁ ନାଶି କରୁ ବଢ଼େଇ l
ତୋର ଏହି ଗତି ଦେଖି ହୁଏ ବ୍ୟଥିତ
ଦୁଃଖିତ ପରାଣେ ଝରାଏ ଲୁହ ଅବିରତ l
ଦେଶ, ଜାତିର ହିତେ କର ମନ ନିବେଶ
କାଳ କାଳ ପାଇଁ ରଖିଯା ମାଟିର ଯଶ l